ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଚାଷିଙ୍କପାଇଁ ସରକାର ନୂଆ ଯୋଯନା କରୁଥିବା ଜଣା ପଡିଛି | ଭୂମିହୀନ, ଭାଗଚାଷୀ, ଜମିଥିବା ଚାଷୀ, ଉଦ୍ୟାନ କୃଷି, ଜଙ୍ଗଲ ଜମି ଉପରେ ନିର୍ଭରଶୀଳ ଚାଷୀ, ମତ୍ସ୍ୟ, ପଶୁ ସମ୍ପଦ ଚାଷୀ ଏବଂ କୃଷି ଶ୍ରମିକ, ସବୁ ସମାନ। ସରକାରଙ୍କ ପକ୍ଷରୁ ଏସଂକ୍ରାନ୍ତରେ ଏକକ ପରିଚୟପତ୍ର ଦିଆଯିବ। କୃଷି ବିଭାଗ ପକ୍ଷରୁ କୃଷକ ଓଡ଼ିଶା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଏଥି ଅନ୍ତର୍ଗତରେ ପରିବାର ନୁହେଁ ଚାଷୀ ଭିତ୍ତିରେ ପଞ୍ଜୀକରଣ କରାଯିବ। ଏକକ ପରିଚୟପତ୍ର ଦ୍ବାରା ଏଣିକି ଯୋଜନାର ଲାଭ ପାଇବା ପାଇଁ ବାରମ୍ବାର ତଥ୍ୟ ଦେବାକୁ ପଡ଼ିବ ନାହିଁ। ଯୋଗ୍ୟ ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇ ପାରିବ। ଚାଷୀଙ୍କ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ଏହି ଅନୁଯାୟୀ ଭବିଷ୍ୟତର ସମସ୍ତ ଯୋଜନା କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ୭୬ ଲକ୍ଷ କୃଷକଙ୍କ ଡାଟାବେସର ନବୀକରଣର ଲକ୍ଷ୍ୟ ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ବଳକା କୃଷକଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ। ଏହି ଅନୁଯାୟୀ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବେ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଲାଭ ମିଳିବ। କୃଷକମାନଙ୍କୁ ସେମାନଙ୍କ ସଠିକ ଏବଂ ନିର୍ଭୁଲ ତଥ୍ୟ କ୍ଷେତ୍ର କର୍ମଚାରୀମାନଙ୍କୁ ଦେବାକୁ କୃଷି ବିଭାଗ ଅନୁରୋଧ କରିଛି।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..