Report Card Odisha

| Daily Odia News

ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୯୫୯୯୮୬କୁ ବୃଦ୍ଧି ପାଇଛି…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କମିବା ବଢିବା ଭିତରେ ଗତିକରୁଛି | ଆଜି ରାଜ୍ୟରେ ୧,୯୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧,୧୧୫ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୮୧୨ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୯ ହଜାର ୯୮୬କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୭୨ ହଜାର ୬୧ ସାମ୍ପଲ ଟେଷ୍ଟ ହୋଇଛି। ପଜିଟିଭିଟି ହାର ୨.୬୭% ରହିଛି। ଆଜି ଚିହ୍ନଟ ହୋଇଥିବା ସଂକ୍ରମଣ ତାଲିକାରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ରେ ସର୍ବାଧିକ ୪୯୮ ରୋଗୀକ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୫, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୨୭, ଭଦ୍ରକରୁ ୧୯, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୭, କଟକରୁ ୨୪୮, ଦେବଗଡ଼ରୁ ୬, ଢେଙ୍କାନାଳରୁ ୭୫, ଗଜପତିରୁ ୪, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୯୧, ଯାଜପୁରରୁ୧୨୩, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୪୯୮, କୋରାପୁଟରୁ ୮, ମାଲକାନଗିରିିରୁ ୧୮, ମୟୂରଭଞ୍ଜରୁ ୯୦, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୬୪, ନୂଆପଡ଼ାରୁ ୫, ପୁରୀରୁ ୧୦୩, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୩୩, ସୁବର୍ଣ୍ଣପୁରରୁ ୮, ସୁନ୍ଦରଗଡ଼ରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୧୦୦ ଜଣ ବାହାରିଛନ୍ତି।

Breaking News