Report Card Odisha

| Daily Odia News

ରାଜ୍ୟରୁ ଆଜି ୬୦ ଜୀବନ ନେଲା କରୋନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି କରୋନା ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ବରଗଡରୁ ସର୍ବାଧିକ ୧୩ ଜଣ, କଟକ ଜିଲ୍ଲାରୁ ୧୧ଜଣ, ବଲାଙ୍ଗୀରରୁ ୬ଜଣ, ଅନୁଗୁଳ, ଜଗତସିଂହପୁର ଓ ସମ୍ୱଲପୁରରୁ ୫ ଜଣ ଲେଖାଏଁ, ଦେବଗଡରୁ ୪ ଜଣ, ଢେଙ୍କାନାଳ ଓ ଯାଜପୁରରୁ ୩ ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ୱରରୁ ଓ ଝାରସୁଗୁଡାରୁ ୨ଜଣ ଲେଖାଏଁ, ଭଦ୍ରକରୁ ଜଣେ ରହିଛନ୍ତି ।

Breaking News