ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭା ନିର୍ବାଚନରେ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ୍ ମୁରୁଗାନ୍ ଏବଂ ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଅଶୋକ ଚୌହାନଙ୍କ ସମେତ ୪୧ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି। ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ବାକି ୧୫ଟି ଆସନପାଇଁ ଫେବ୍ରୁଆରି ୨୭ରେ ମତଦାନ ହେବ। ଆଜି ନିର୍ବାଚିତ ହୋଇଥିବା ୪୧ ଆସନରୁ ବିଜେପି ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬ଟି, ତୃଣମୂଳ କଂଗ୍ରେସ ୪ଟି, ୱାଇଏସ୍ଆର କଂଗ୍ରେସ ୩ଟି, ଆରଜେଡି ୨ଟି, ବିଜେଡି ୨ଟି ଏବଂ ଏନସିପି, ଶିବସେନା, ବିଆରଏସ ଓ ଜେଡିୟୁ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖରେ ରିଟର୍ଣ୍ଣିଂ ଅଫିସରମାନେ ଏହି ୪୧ ଜଣ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିଥିଲେ, କାରଣ ଏହି ଆସନଗୁଡିକ ପାଇଁ ଅନ୍ୟ କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିଲେ। ୨୭ ତାରିଖରେ ଉତ୍ତରପ୍ରଦେଶର ୧୦ଟି, କର୍ଣ୍ଣାଟକର ୪ଟି ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ସେହିଦିନ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହେବ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..