Report Card Odisha

| Daily Odia News

‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ରିପୋର୍ଟ ଦାଖଲ କଲେ ରାମନାଥ କୋବିନ୍ଦ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। ଗତ ବର୍ଷ ସେପ୍ଟେମ୍ବର ୨ରେ ଏହି କମିଟି ଗଠନ କରାଯାଇଥିଲା, ଯେଉଁମାନେ କି ‘ଏକ ଦେଶ, ଏକ ନିର୍ବାଚନ’ ଲାଗୁ କ୍ଷେତ୍ରରେ ବିଭିନ୍ନ ପକ୍ଷ, ବିଶେଷଜ୍ଞ, ଗବେଷକମାନଙ୍କ ମତାମତ ନେଇଥିଲେ। କମିଟି ସମସ୍ତଙ୍କ ମତାମତ ଆଧାରରେ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିଛି। କମିଟି ରାଷ୍ଟ୍ରପତିଙ୍କୁ ୧୮,୬୨୬ ପୃଷ୍ଠାର ରିପୋର୍ଟ ଦାଖଲ କରିଥିବା କୁହାଯାଉଛି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଯଦି କୌଣସି ଦଳ କିମ୍ବା ମେଣ୍ଟ ଦଳ ସଂଖ୍ୟାଗରିଷ୍ଠତା ପାଆନ୍ତି ନାହିଁ, ତେବେ ଏପରି ପରିସ୍ଥିତିରେ କ’ଣ କରିବା ଉଚିତ୍, ସେ ଉପରେ କମିଟି ଆଲୋଚନା କରି ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଇଛି। ଏଥିପାଇଁ କମିଟି ବିଭିନ୍ନ ରାଜନୈତିକ ଦଳରୁ ମଧ୍ୟ ମତାମତ ନେଇଛି। ସୂଚନାଯୋଗ୍ୟ ଯେ, ଗତ ମାସରେ ବିଜେପି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିକୁ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ନିଜର ମତ ଦେଇଥିଲା। ଏହା ପରେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ସହିତ କଥାବାର୍ତ୍ତା କରିଥିଲେ।

Breaking News