Report Card Odisha

| Daily Odia News

ମୁକୁଳିଲେ ରାମ ରହିମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ ରାମ ରହିମ ଜେଲରୁ ପାରୋଲରେ ମୁକୁଳିଛନ୍ତି । କୋର୍ଟରୁ ତାଙ୍କୁ ୪୦ ଦିନ ପାରୋଲ ମିଳିଛି। ମିଡିଆ ରିପୋର୍ଟ ଅନୁସାରେ ଜେଲରୁ ତାଙ୍କୁ ନେବାକୁ ହନିପ୍ରିତ ଗାଡି ନେଇ ଆସିଥିଲେ। ଜେଲରୁ ବାହାରିବା ପରେ ରାମ ରହିମ ବାଗପତ ଯାଇଛନ୍ତି। ପାରୋଲ ଅବଧିରେ ସେ ବାଗପତରେ ରହିବେ। ସୁନାରିଆ ଜେଲରେ ଦଣ୍ଡ କାଟୁଥିବା ଗୁରମିତ ରାମ ରହିମ ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ପାରୋଲରେ ବାହାରିଛନ୍ତି। ଏଣୁ ଏବେ ତାଙ୍କ ମୁକୁଳିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଆଦମପୁରରେ ନଭେମ୍ବର ୩ ତାରିଖ ଦିନ ଉପନିର୍ବାଚନ। ଏହା ପୂର୍ବରୁ ଡେରା ମୁଖିଆ ଗତ ଜୁନ ମାସରେ ଜେଲରୁ ପାରୋଲରେ ମୁକୁଳିଥିଲେ।

Breaking News