Report Card Odisha

| Daily Odia News

କଂଗ୍ରେସରେ ମିଶିଲେ ପୂର୍ବ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଭଣଜା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହରିଆଣାର ନିର୍ବାଚନ ଥିବା ବେଳେ ଟିକେଟ ବଣ୍ଟନ ପରେ ଜଣଙ୍କ ପରେ ଜଣେ ବିଜେପି ନେତା, ବିଧାୟକ ଓ ପୂର୍ବମନ୍ତ୍ରୀ ଦଳ ଛାଡୁଛନ୍ତି । ଏହି କ୍ରମରେ ଆଜି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନୋହରଲାଲ ଖଟ୍ଟରଙ୍କ ଭଣଜା ରମିତ ଖଟ୍ଟର ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ଅକ୍ଟୋବର ୫ ତାରିଖରେ ହରିଆଣା ବିଧାନସଭାର ୯୦ ଟି ଆସନ ପାଇଁ ଭୋଟଗ୍ରହଣ ହେବାକୁ ଯାଉଛି । ୮ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନକୁ ନେଇ ହରିଆଣା ରାଜନୀତି ସରଗରମ ରହିଛି । ୧୦ ବର୍ଷ ହେବ ହରିଆଣାରେ ବିଜେପି ସରକାର ରହିଛି । ଏବେ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି ମୁଖ୍ୟମନ୍ତ୍ରୀ ଅଛନ୍ତି |

Breaking News