ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାର ନିର୍ବାଚନ ଥିବା ବେଳେ ଟିକେଟ ବଣ୍ଟନ ପରେ ଜଣଙ୍କ ପରେ ଜଣେ ବିଜେପି ନେତା, ବିଧାୟକ ଓ ପୂର୍ବମନ୍ତ୍ରୀ ଦଳ ଛାଡୁଛନ୍ତି । ଏହି କ୍ରମରେ ଆଜି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନୋହରଲାଲ ଖଟ୍ଟରଙ୍କ ଭଣଜା ରମିତ ଖଟ୍ଟର ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ଅକ୍ଟୋବର ୫ ତାରିଖରେ ହରିଆଣା ବିଧାନସଭାର ୯୦ ଟି ଆସନ ପାଇଁ ଭୋଟଗ୍ରହଣ ହେବାକୁ ଯାଉଛି । ୮ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନକୁ ନେଇ ହରିଆଣା ରାଜନୀତି ସରଗରମ ରହିଛି । ୧୦ ବର୍ଷ ହେବ ହରିଆଣାରେ ବିଜେପି ସରକାର ରହିଛି । ଏବେ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି ମୁଖ୍ୟମନ୍ତ୍ରୀ ଅଛନ୍ତି |






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..