Report Card Odisha

| Daily Odia News

ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘର ନୂତନ କାର୍ଯ୍ୟାଳୟ ଉଦଘାଟିତ……

ରିପୋର୍ଟ କାର୍ଡ / ରଣପୁର

ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରଣପୁର ବ୍ଲକର ଗୋପାଳପୁର ଠାରେ ଏକ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ରଙ୍କ ପୌରୋହିତ୍ୟରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜାର୍ଚ୍ଚନା ଏବଂ ହୋମ ଯଜ୍ଞ କରାଯାଇଥିଲା। ସୃଷ୍ଟିର ମଙ୍ଗଳ କାମନା କରିବା ସହିତ,ସବୁଜ ପ୍ରକୃତି,ସୁସ୍ଥ ମଣିଷ ସମାଜ,ପଶୁ ସମ୍ପଦର ସୁରକ୍ଷା ଏବଂ ସମଗ୍ର ଓଡ଼ିଶାର ଶୈବ ପୂଜକ ମାନଙ୍କର ଶିକ୍ଷା, ସଂସ୍କୃତିର ବିକାଶ ଭଳି ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଜିଲ୍ଲା ର ଉପସ୍ଥିତ ସଦସ୍ୟ ମାନେ ସଂକଳ୍ପ କରିଥିଲେ। ବିଶେଷ ଭାବରେ ଗୋ ସମ୍ପଦ ଏବଂ ଆଦି ସନାତନ ଧର୍ମର ସୁରକ୍ଷା ସହିତ ବିଶ୍ୱରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ବାଣୀକୁ କାର୍ଯ୍ୟ ରେ ଲଗାଇବା ନିମନ୍ତେ ରାଜ୍ୟ ସଭାପତି ପରମ ଶୈବ ଲଳିତଜୀ ଆହ୍ୱାନ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ଅଶୋକ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶୈବ ପୂଜକ ତଥା ଯୁବ ସାମ୍ବାଦିକ ସୁଧାଂଶୁ ମହାପାତ୍ର କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।ଗୋପାଳପୁରର ମହାଦେବଙ୍କ ପୂଜକ ମାନେ ସହଯୋଗ କରିଥିଲେ।

Breaking News