Report Card Odisha

| Daily Odia News

୫ ନକ୍ସଲ ନିହତ….

ରିପୋର୍ଟ କାର୍ଡ / ରାଞ୍ଚି

ପୋଲିସ ସହ ଗୁଳିବିନିମୟ ଘଟି ୫ ନକ୍ସଲ ନିହତ ହୋଇଛନ୍ତି । ନିହତ ୨ ନକ୍ସଲଙ୍କ ନାଁରେ ୨୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରହିଥିଲା। ଅନ୍ୟ ୩ ନକ୍ସଲଙ୍କ ନାଁରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା। ଏହି ଗୁଳିବିନିମୟ ଝାଡଖଣ୍ଡର ଚତ୍ରାରେ ଘଟିଛି। ସେମାନଙ୍କ ନିକଟରୁ ଏକେ-୪୭ ମଧ୍ୟ ଜବତ କରାଯାଇଛି। ଏହାସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ ପୋଲିସ ତଲାସି ଅଭିଯାନ ଜାରି ରହିଛି। ସୂଚନାନୁଯାୟୀ, ଗୁଳିବିନିମୟରେ ମୃତ ନକ୍ସଲମାନଙ୍କ ମଧ୍ୟରେ ଗୌତମ ପାସୱାନ ଓ ଚାର୍ଲି ରହିଥିବା ଜଣାପଡିଛି।

Breaking News