ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସାଙ୍ଗକୁ ରାଜନୈତିକ ସ୍ଥିତି ଦେଶକୁ ଦୋହଲାଇ ଦେଇଛି | ଏଭଳି ସମୟରେ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତ ହୋଇଛନ୍ତି ରାନିଲ ୱିକ୍ରେମିସିଂହେ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ମାଲଦ୍ୱୀପକୁ ପଳାଇବା ପରେ ଶ୍ରୀଲଙ୍କାରେ ରାନିଲ ୱିକ୍ରେମିସିଂହଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଘୋଷଣା କରାଯାଇଛି। ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପ ଆବେୱାର୍ଡେନା ଏହା ସୂଚନା ଦେଇଛନ୍ତି। ଏହା ପରେ କଲମ୍ବୋରେ ଉତ୍ତେଜନା ବୃଦ୍ଧି ପାଇଛି। ଜନସାଧାରଣଙ୍କ କ୍ରୋଧକୁ ଦୃଷ୍ଟିରେ ରଖି କଲମ୍ବୋରେ କର୍ଫ୍ୟୁ ଲାଗୁ କରାଯାଇଛି।






More Stories
ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ….
ଲକ୍ଷ ଲକ୍ଷ ନାଗରିକଙ୍କୁ ମତଦାନ ରୁ ବଞ୍ଚିତ କରିବା ବେଆଇନ…..
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..