ରିପୋର୍ଟ କାର୍ଡ / ରାଉରକେଲା
ଆଜି ପୂର୍ବାହ୍ନରେ ଆରଏସ ପି ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଛି। ଏହାଫଳରେ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆହତ ଏବେ ଆଇଜିଏଚର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଆର ଏସ ପିର ବରିଷ୍ଠ ମ୍ୟାନେଜର, ଦୁଇ ଜଣ କର୍ମଚାରୀ ଓ ୫ ଜଣ ଠିକା ଶ୍ରମିକ ଥିବା ଜଣାଯାଇଛି। ଜଣେ ମହିଳା ଶ୍ରମିକ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଛନ୍ତି। ସୂଚନା ଅନୁଯାୟୀ ଗ୍ୟାସ୍ କ୍ଲିନିଂ ପ୍ଲାଣ୍ଟରେ କାମ କରିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।






More Stories
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ରାଜଧାନୀରେ ଲଜ୍ଜ୍ୟା…..