ରିପୋର୍ଟ କାର୍ଡ / ପାରାଦୀପ
ଜଣେ ୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରି ସମୁଦ୍ର ବାଲିରେ କେହି ପକାଇ ଦେଇଥିଲେ। ଏଭଳି ଘଟଣା ଘଟିଛି ପାରାଦୀପ ଜଟାଧାରମୁହାଣ ଥାନା ଅଞ୍ଚଳରେ | ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଶିଶୁକନ୍ୟା ଭୋର୍ ୫ ଟାରେ ଉଠି ଘର ପାଖରେ ଖେଳୁଥିବା ବେଳେ ଅଭିଯୁକ୍ତ ବଳାତ୍କାରୀ ତାଙ୍କୁ ଉଠେଇ ନେଇ ନିକଟସ୍ଥ ବେଳାଭୂମି ଝାଉଁ ଜଙ୍ଗଲରେ ବଳାତ୍କାର କରିଥିବା କୁହାଯାଉଛି। ଶିଶୁକନ୍ୟାର ପ୍ରଚୁର ରକ୍ତସ୍ରାବ ହେବା ସହ ମୁମୂର୍ଷୁ ଅବସ୍ଥାରେ ସେଠାରେ ପଡ଼ିଥିଲେ। ସେହି ସମୟରେ ମା’ ବାପା ଝିଅକୁ ଖୋଜୁଥିଲେ। ଏତିକି ବେଳେ ଜଣେ ପଡ଼ୋଶୀ ଦମ୍ପତି ଝିଅକୁ ଆଣି ଘରେ ପହଞ୍ଚାଇବା ସହ ଘଟଣା ସମ୍ପର୍କରେ କହିଥିଲେ। ପରେ ସେମାନେ ଝିଅକୁ ନେଇ ପ୍ରଥମେ ଜଟାଧାରମୁହାଣ ସାମୁଦ୍ରିକ ଥାନାକୁ ଯାଇଥିଲେ। ପୋଲିସ ତାଙ୍କୁ ହସ୍ପିଟାଲ ପଠାଇ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଅଭିଯୁକ୍ତ ସମ୍ପର୍କରେ ସୂଚନା ମିଳିନାହିଁ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..