ରିପୋର୍ଟ କାର୍ଡ / ପାରାଦୀପ
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି | ଏଭଳି ଲଜ୍ୟା କର ଘଟଣା ଘଟିଛି ପାରାଦୀପରେ | କିଛି ଦିନ ତଳେ ଜଣେ ଆଶାକର୍ମୀଙ୍କୁ ଗଣ ଦୁଷ୍କର୍ମ ଖବର ଆସିଥିବା ବେଳେ ଏବେ ଜଣେ ନାବାଳିକାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଖବର ଆସିଛି। ପାରାଦୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗୋଟିଏ ଘରେ ରଖି ୪ ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଶନିବାର ରାତିରେ ପୀଡ଼ିତାଙ୍କୁ ଉଦ୍ଧାର କରିଛି। ନାବାଳିକାଙ୍କ ପାରାଦୀପ ଆଦର୍ଶ ଥାନା ଅଞ୍ଚଳରେ ସେ ଦଶମ ଶ୍ରେଣୀର ଛାତ୍ରୀ। ଯେଉଁ ଗାଡ଼ିରେ ସେ ସ୍କୁଲ ଯିବା ଆସିବା କରନ୍ତି ସେହି ଗାଡ଼ିର ଚାଳକ ୪ ଦିନ ତଳେ ତାଙ୍କୁ ବଳପୂର୍ବକ ଉଠାଇ ନେଇ ଲକ୍ ଥାନା ଅଞ୍ଚଳର ଏକ ଘରେ ରଖ୍ ବଳାତ୍କାର କରୁଥିଲେ। ନାବାଳିକାଙ୍କୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ, କିନ୍ତୁ ସମ୍ପୃକ୍ତ ଗାଡ଼ି ଚାଳକ କିଛି ଜାଣି ନ ଥିବା ଅଭିନୟ କରିଥିଲା | ଶନିବାର ରାତି ୮ ଟାରେ ବିଶେଷ ସୂତ୍ରରୁ ଖବର ପାଇ ପରିବାର ଲୋକେ ପୁଣିଥରେ ଗାଡ଼ି ଚାଳକଙ୍କୁ ପଚରାଉଚରା କରିବାରୁ ସେ ନାବାଳିକାଙ୍କୁ ଅଟକ ରଖୁଥିବା ଜଣାପଡ଼ିଥିଲା। ପୋଲିସ ଓ ପରିବାର ଲୋକେ ଗାଡ଼ି ଚାଳକଙ୍କୁ ଧରି ଘଟଣାସ୍ଥଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିବା ଲକ୍ ଥାନାଧିକାରୀ ସବ୍ୟସାଚୀ ରାଉତ କହିଛନ୍ତି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..