ରିପୋର୍ଟ କାର୍ଡ / ଫୁଲବାଣୀ
ବହି କିଣିବାକୁ ଯାଇ ୨ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଯୌନ ପିପାସୁ ୨ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗାଡ଼ିରେ ନେଇ ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ୨ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ଏଭଳି ଲଜ୍ୟାକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର । ଦୁଷ୍କର୍ମର ଶିକାର ହୋଇଥିବା ୨ ଜଣ ନାବାଳିକା ହୋଇଥିବା ବେଳେ ସେମାନେ ନବମ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି | ମିଳିଥିବା ସୂଚନା ଅନୁସାରେ- ଗତ ମଙ୍ଗଳବାର ୨ ନାବାଳିକା ବହି କିଣିବା ପାଇଁ ଫିରିଙ୍ଗିଆ ବଜାରକୁ ଯାଇଥିଲେ।ସେଠାରେ ଉପସ୍ଥିତ ୨ ଯୁବକ ସେମାନଙ୍କୁ ପ୍ରଲୋଭିତ କରି ଏକ ବାଇକ୍ ଓ ଏକ ସ୍କୁଟି ଯୋଗେ ଖଜୁରୀପଡ଼ା ଥାନା ଅଞ୍ଚଳର ଏକ ଘରକୁ ନେଇଯାଇଥିଲେ । ସେଠାରେ ସେମାନେ ବିଭିନ୍ନ ପ୍ରକାର ଧମକ ଦେଇ ୨ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ଏକ କାର୍ ଯୋଗେ ୨ ନାବାଳିକାଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ। ଗାଁ ଲୋକେ ବାଟରେ କାର୍କୁ ଅଟକାଇବା ସହ କାର୍ ଚାଳକଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୧୫ ରୁ ପୁଣି ବସ ବନ୍ଦ !…..