Report Card Odisha

| Daily Odia News

ନିଶା ଦେଇ ବାନ୍ଧବୀଙ୍କୁ ଦୁଷ୍କର୍ମ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ହୋଟେଲରେ ନିଶା ଦେଇ ବାନ୍ଧବୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଏହି ମାମଲାରେ ଓମେଶ ସୁଧାକରକୁ ଗିରଫ କରିବାକୁ କମିସନେରଟ୍‌ ପୋଲିସ ଛତିଶଗଡ଼ ପହଂଚିଛି । ଦୁଇ ଦିନ ହେଲା ଖଣ୍ଡଗିରି ଥାନା ପୋଲିସ ଛତିଶଗଡ଼ କବୀରନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ବି ସୁଧାକରର ପତ୍ତା ପାଇନଥିବା ଜଣାପଡ଼ିଛି। ଚଢ଼ଉରେ ଛତିଶଗଡ଼ ପୋଲିସ ସାମିଲ୍‌ ଥିଲେ ବି ଧୂର୍ତ୍ତ ସୁଧାକରକୁ ଠାବ କରିବା ସମ୍ଭବ ହୋଇନାହିଁ। ସୂଚନା ମୁତାବକ ଓମେଶ ଓ ପୀଡ଼ିତା ଯୁବତୀ ଥିଲେ ଦୁଇ ବନ୍ଧୁ। ସେମାନେ ଛତିଶଗଡ଼ର ଏକ ଇଂଜିନିୟରିଂ କଲେଜ୍‌ରେ ବିଟେକ୍‌ ପଢ଼ିବା ବେଳେ ସହପାଠୀ ଥିଲେ। ଗତ ପ୍ରାୟ ୭ ମାସ ତଳେ ଯୁବତୀଜଣଙ୍କ ଖଣ୍ଡଗିରିସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗଦେଇଥିଲେ ଓ ଭୁବନେଶ୍ବରରେ ରହୁଥିଲେ। ଗତ ଡିସେମ୍ବର ମାସରେ ସୁଧାକର ଭୁବନେଶ୍ବର ଆସିଥିଲା ଓ ଖଣ୍ଡଗିରି ଅଞ୍ଚଳର ଏକ ହୋଟେଲରେ ରହିଥିଲା। ଉକ୍ତ ହୋଟେଲରେ ଥିବା ବେଳେ ସୁଧାକର ତାଙ୍କ ବାନ୍ଧବୀଙ୍କୁ ଭେଟିବା ପାଇଁ ଡାକିଥିଲା। ସେଠାରେ ଯୁବତୀଙ୍କୁ ଚା’ରେ ନିଶାଦେଇ ଦୁଷ୍କର୍ମ କରିଥିଲା। ବଡ଼ କଥା ହେଉଛି ସୁଧାକର ଦୁଷ୍କର୍ମ ସମୟର ଭିଡିଓ ରେକର୍ଡିଂ କରିଥିଲା। ଭୁବନେଶ୍ବରରୁ ଫେରିଯିବା ପରେ ସେ ଯୁବତୀଙ୍କ ପାଖକୁ ଉକ୍ତ ଭିଡିଓ ପଠାଇ ବ୍ଲାକମେଲ୍‌ କରିଥିଲା। ସବୁଦିନ ପାଇଁ ଭିଡିଓ ଡିଲିଟ୍‌ କରିବା ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କା ମାଗିଥିଲା। ଯୁବତୀ ଜଣଙ୍କ ଲୋକଲଜ୍ଜା ଭୟରେ ତାଙ୍କୁ ଫୋନ୍‌ ପେ’ ମାଧ୍ୟମରେ ଏକ ଲକ୍ଷ ଟଙ୍କା ପଠାଇଥିଲେ। ହେଲେ ସୁଧାକର ଆହୁରି ଅଧିକ ଟଙ୍କା ଦାବି କରିଥିଲା। ତେଣୁ ବାଧ୍ୟ ହୋଇ ଯୁବତୀ ତାଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇବା ସହ ଛତିଶଗଡ଼ କବୀରନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେଠାରେ ମାମଲା ରୁଜୁକରି ୧୬୧ରେ ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ ଘଟଣା ଖଣ୍ଡଗିରିରେ ଘଟିଥିବାରୁ ଗତ ୨୪ ତାରିଖରେ କବୀରନଗର ଥାନାର ଏକ ଟିମ୍‌ ଖଣ୍ଡଗିରି ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲା। ଖଣ୍ଡଗିରି ଥାନା ପୋଲିସ ମାମଲା ରୁଜୁକରିଥିଲା।

Breaking News