Report Card Odisha

| Daily Odia News

ଡି.ଏ.ଭି କଳିଙ୍ଗ ନଗରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଡି.ଏ.ଭି ପବ୍ଲିକ୍ ସ୍କୁଲ୍ କଳିଙ୍ଗ ନଗର ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହିତ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ, ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶପଥ ପାଠ କରାଇବା ସହିତ ଏକ ଅଖଣ୍ଡ ଭାରତ ନିର୍ମାଣରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ । ଏହି ଉପଲକ୍ଷେ ଏକ ଏକତା ଦୌଡ଼ର ଆୟୋଜନ କରାଯାଇଥିଲା । ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ସ୍କାଉଟ୍ ଗାଇଡ୍‌, ଏନ୍ .ସି. ସି ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ବିଦ୍ୟାଳୟ ପରିସରଠାରୁ ସମ୍ ହସପିଟାଲ୍ ଛକ ପର୍ଯ୍ୟନ୍ତ ଦୌଡ଼ରେ ଭାଗ ନେଇଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ବିଦ୍ୟାଳୟର ସ୍କାଉଟ୍ ଗାଇଡ୍‌, ଏନ୍‌. ସି. ସି ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ସୂଚାରୁରୁପେ ସଂପାଦିତ ହୋଇଥିଲା ।

Breaking News