ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ୟବସାୟ ଜଗତରେ ରତନ ଟାଟା ଏକ ମାଇଲ ଖୁଣ୍ଟ ହୋଇଥିବା ବେଳେ ଉଦାହରଣ ସୃଷ୍ଟି କରିଛନ୍ତି । ରତନ ଟାଟା ଜଣେ ଶାନ୍ତ ଓ ଭଦ୍ର ବ୍ୟକ୍ତି ଥିଲେ। ତାଙ୍କ ବ୍ୟବହାର ଓ ଆଚରଣରେ ତାହା ପ୍ରତିଫଳିତ ହେଉଥିଲା। କୌଣସି ସ୍ଥାନରେ ତାଙ୍କୁ ଉତ୍ତେଜିତ ହେବା କିମ୍ବା ଅନ୍ୟ ପ୍ରତି ଖରାପ ବ୍ୟବହାର କରିବା କେବେ କେହି ଦେଖିନାହାନ୍ତି। ନିଜ କମ୍ପାନିର ଛୋଟ ଛୋଟ କର୍ମଚାରୀଙ୍କୁ ମଧ୍ୟ ସେ ଯଥେଷ୍ଟ ସମ୍ମାନ କରୁଥିଲେ। ତାଙ୍କ ସହିତ ମିଶୁଥିଲେ। ସେମାନଙ୍କ ଆବଶ୍ୟକତା ବୁଝୁଥିଲେ ଓ ଯଥାସମ୍ଭବ ସାହାଯ୍ୟ କରୁଥିଲେ। ସଫଳତା କେବଳ ଜଣେ ବ୍ୟକ୍ତି ନୁହେଁ ଅନେକ ଲୋକଙ୍କ ହେବା ଦରକାର। ସେହି ଭାବନା ଉପରେ ଟାଟା ବିଶ୍ବାସ କରୁଥିଲେ। ସେ କହୁଥିଲେ ଯେ କୌଣସି କାମ ଏକାକୀ ଆରମ୍ଭ କର। କିନ୍ତୁ ତାହା ଯେତେବେଳେ ବହୁତ ବଡ଼ ସଫଳତା ପାଇବ ସେଥିରେ ଶହ ଶହ ଲୋକ ଉପକୃତ ହେବା ଦରକାର। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଆଗ୍ରହ କରୁଛନ୍ତି। ଏତେ ବଡ଼ ବ୍ୟକ୍ତିତ୍ୱ ହୋଇ ସେ ବିବାହ କରି ନ ଥିଲେ । ତାଙ୍କ ନିକଟରେ ସବୁକିଛି ଥିଲା। କିନ୍ତୁ ମନ ଭିତରେ ଯନ୍ତ୍ରଣା ବି ରହିଥିଲା, ଯାହାକୁ ସେ ଏକଦା ନିଜର ମ୍ୟାନେଜରଙ୍କ ଷ୍ଟାର୍ଟଅପ ଗୁଡ୍ଫେଲୋଜର ଓପନିଂ ଅବସରରେ ପ୍ରଘଟ କରିଥିଲେ। ସେ କହିଥିଲେ, ଆପଣମାନେ ଜାଣି ନାହାନ୍ତି ଏକୁଟିଆ ରହିବା କେତେ କଷ୍ଟକର | ଯେପର୍ଯ୍ୟନ୍ତ ଆପଣ ଏକୁଟିଆ ସମୟ ବିତାଇବାକୁ ବାଧ୍ୟ ହେବେ ନାହିଁ ସେ ପର୍ଯ୍ୟନ୍ତ ଏକୁଟିଆପଣର ଅନୁଭବ ହେବନାହିଁ। ଯେପର୍ଯ୍ୟନ୍ତ ଆପଣ ବାସ୍ତବରେ ବୃଦ୍ଧା ହୋଇଯାଉନାହାନ୍ତି, ସେଯାଏ କାହାକୁ ବି ବୁଢ଼ା ହେବାକୁ ମନ ଆଦୌ ହୁଏ ନାହିଁ। କିନ୍ତୁ ଯୁବାବସ୍ଥାରେ ସେ ପ୍ରେମରେପଡ଼ିଥିଲେ ହେଲେ ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା। ଏକଥା ଖୋଦ ରତନ ଟାଟା କହିଥିଲେ। ତାଙ୍କ କହିବାନୁଯାୟୀ, ଆମେରିକାର ଲସ୍ ଏଞ୍ଜଲସ୍ରେ ଚାକିରି କରୁଥିବା ବେଳେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାତ୍ର ସେତେବେଳେ ଜେଜେମା’ଙ୍କ ଅସୁସ୍ଥତା ହେତୁ ସେ ଭାରତ ଫେରିବାକୁ ହୋଇଥିଲା । ରତନ ଟାଟା ଭାବିଥିଲେ ସେ ଭଲ ପାଉଥିବା ଯୁବତୀ ବି ତାଙ୍କ ସହିତ ଭାରତ ପଳାଇ ଆସିବେ। ହେଲେ ସେମିତି କିଛି ହୋଇନଥିଲା | ୧୯୬୨ ମସିହାରେ ଭାରତ-ଚୀନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଉକ୍ତ ଯୁବତୀଙ୍କ ମାତାପିତା ଆଉ ତାଙ୍କୁ ଭାରତ ଛାଡ଼ି ନ ଥିଲେ। ଫଳରେ ରତନ ଟାଟାଙ୍କ ପ୍ରେମ କାହାଣୀ ଅଧୁରା ରହି ଯାଇଥିଲା।ବି – ଟାଉନ୍ରେ ବି ଜଣେ ଅଭିନେତ୍ରୀଙ୍କ ସହ ରତନ ଟାଟାଙ୍କ ନାମ ଯୋଡ଼ି ହୋଇଥିଲା। କିନ୍ତୁ ଉଭୟ ଜୀବନସାଥୀ ହୋଇ ପାରି ନ ଥିଲେ। ବଲିଉଡ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ ସହ ଯୋଡ଼ା ହୋଇଥିଲା ରତନ ଟାଟାଙ୍କ ନାମ । ସିମି ଗ୍ରେୱାଲ ୬୦ ଦଶକରେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଥିବା ବେଳେ ଶୋ’ ବି ହୋଷ୍ଟ କରିଥିଲେ। ରତନ ଟାଟା ବି ତାଙ୍କ ଶୋ’କୁ ଗେଷ୍ଟ ହୋଇ ଯାଇଥିଲେ। ୨୦୧୧ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ରତନ ଟାଟାଙ୍କୁ ଡେଟ କରିବା କଥା ସ୍ୱୀକାର କରିଥିଲେ ସିମି ।ସିମି କହିଥିଲେ, ରତନ ଟାଟା ଜଣେ ଅସାଧାରଣ ମଣିଷ ଥିଲେ, ତାଙ୍କ ବ୍ୟକ୍ତିତ୍ୱ ଚମତ୍କାର ଥିଲା, ପ୍ରଖର ବୁଦ୍ଧି ଥିଲା। ସେ ସ୍ୱଭାବ ଖୁବ୍ ବିନମ୍ର ଥିଲା, ଟଙ୍କା ପ୍ରତି କେବେ ବି ତାଙ୍କ ଲୋଭ କି ଦୁର୍ବଳତା ନ ଥିଲା। ଏହା ମୋତେ ଖୁବ୍ ଆକୃଷ୍ଟ କରିଥିଲା ବୋଲି କହିଥିଲେ ସିମି ।ଉଭୟଙ୍କ ରୋମାନ୍ସ ଚାଲିଥିବା ଖବରକୁ ନେଇ ଖୁବ୍ ପ୍ରଚାର ହେଉଥିଲେ ବି ଉଭୟ କପଲ ଗୋଲ୍ରେ ପହଞ୍ଚି ପାରି ନ ଥିଲେ। କିନ୍ତୁ ଉଭୟ ଖୁବ୍ ଭଲ ବନ୍ଧୁ ପାଲଟି ଯାଇଥିଲେ ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
ଭୂକମ୍ପରେ ଥରିଲା ନେପାଳ…..
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….