Report Card Odisha

| Daily Odia News

ଆଜି ହେରାପଞ୍ଚମୀ…..

ରିପୋର୍ଟ କାର୍ଡ / ପୁରୀ

ଆଜି ହେରାପଞ୍ଚମୀ | ନନ୍ଦିଘୋଷ ଚକ ଭାଙ୍ଗିବେ ମହାଲକ୍ଷ୍ମୀ | ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ହେରାପଞ୍ଚମୀ ନୀତି ପାଳନ କରାଯିବ। ଜଗତ୍‌ଜନନୀ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ତାଙ୍କୁ ସାଥୀରେ ନନେଇ ପ୍ରଭୁ ଭାଇଭଉଣୀଙ୍କ ସହ ଘୋଷଯାତ୍ରା କରିଥିବାରୁ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ। ଦଶମୀ ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡା ବିଜେ କରିବାକୁ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ଦେବେ। ଶରଧାବାଲିକୁ ଯାଇ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଗୋଟିଏ ଚକ ଭାଙ୍ଗିବା ପରମ୍ପରା ରହିଛି। ସେବାୟତଙ୍କ ଗହଣରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଘଣ୍ଟ, ଛତା ଓ କାହାଳୀ ସହ ଶୋଭାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ମହାଲକ୍ଷ୍ମୀଙ୍କୁ ନୂତନ ଲୁଗା ପରିଧାନ କରାଯିବା ସହ ବେଶ କରାଯିବ। ରଥଚକ ଭାଙ୍ଗିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ। ଏହାପରେ ସେ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିଙ୍କ ପକ୍ଷରୁ ମହାଲକ୍ଷ୍ମୀଙ୍କୁ ପଂକ୍ତି ଭୋଗ କରାଯିବ।

 

Breaking News