ରିପୋର୍ଟ କାର୍ଡ / ମୁମ୍ବାଇ
କରୋନା ସ୍ଥିତିରେ ସୁଧାର ଆସିବା ପରେ ମହାରାଷ୍ଟ୍ର ସରକାର ଏବେ କଟକଣାରେ ଆହୁରି କୋହଳ କରିଦେଇଛନ୍ତନ୍ତି | ଏବେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ରାତି ୧୦ ଯାଏଁ ଖୋଲିପାରିବ ବୋଲି ବୁଧବାର ଘୋଷଣା ହୋଇଛି। ଏହା ପୂର୍ବରୁ କେବଳ ଅପରାହ୍ଣ ୪ଟା ଯାଏ ଖୋଲିବାକୁ ଅନୁମତି ଥିଲା। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ଏବେ ଶପିଂ ମଲ୍ ମଧ୍ୟ ରାତି ୧୦ ଯାଏଁ ଖୋଲା ରହିବ। କିନ୍ତୁ ମଲ୍ ଯିବାକୁ ହେଲେ ଟିକାର ଦୁଇ ଡୋଜ ନେଇଥିବା ଜରୁରୀ। ମଲରେ ପ୍ରବେଶ ପୂର୍ବରୁ ଲୋକମାନଙ୍କୁ ନିଜର ଟିକାକରଣ ପ୍ରମାଣପତ୍ର ଦେଖାଇବା ଅନିବାର୍ଯ୍ୟ। ତୃତୀୟ ଲହରରେ ଲକ୍ଡାଉନ କେବେ ଲାଗିବ ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଯେବେ ରାଜ୍ୟରେ ଅକ୍ସିଜେନ୍ ଚାହିଦା ବଢ଼ି ୭୦୦ ଟନ୍ରେ ପହଞ୍ଚିବ ସେତେବେଳେ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇଦିଆଯିବ। ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ୍ର ଆବଶ୍ୟକତା ପଡ଼ିବ ବୋଲି ସେ କହିଛନ୍ତି। ଏବେ ଯାଏ ସ୍ପଷ୍ଟ ହୋଇନାହିଁ କେନ୍ଦ୍ରକୁ ଯାହା ମାଗିଛୁ ତାହା ପୂରଣ ହେବ କି ନାହିଁ ବୋଲି ରାଜେଶ ଟୋପେ କହିଛନ୍ତି।
More Stories
ଶିଶୁ ଜଳିଯିବା ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ….
ପାରାଦୀପ ପ୍ରଗତିର ମୁଖଶାଳା:ମୁଖ୍ୟମନ୍ତ୍ରୀ…..
୨୧ରୁ ଖରିଫ ଧାନ କିଣା ଆରମ୍ଭ…..