ରିପୋର୍ଟ କାର୍ଡ / ପୁରୀ
ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ହେବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର ହେବ ଖାଲି ସିନ୍ଦୁକ ଓ ଆଲମିରା। ଏଥିପାଇଁ ଏସଓପି ମୁତାବକ ଦିନ ଗୋଟାଏ ବେଳେ ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ଜଗମୋହନରୁ ବେହରଣ ଦେଇ ପଶ୍ଚିମଦ୍ୱାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ଏକ ରୁମକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଦିନ ଗୋଟାଏରୁ ସ୍ଥାନାନ୍ତର ସରିବା ଯାଏ ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ। ତେବେ ଆନନ୍ଦ ବଜାରରୁ ଭକ୍ତମାନେ ମହାପ୍ରସାଦ କିଣିପାରିବେ। ସ୍ଥାନାନ୍ତରଣ ସରିବା ପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..