ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପାଇଁ ରବିବାର ୧୧ ଜଣିଆ ଟିମ୍ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ ମିନିଟରେ ରତ୍ନ ଭଣ୍ଡାର ଭିତରକୁ ଯାଇଥିଲେ । ବାହାର ତାଲା ଖୋଲାଯାଇ ଟିମ୍ ଭିତରକୁ ଯାଇଥିଲା । ତେବେ ଭିତର ରତ୍ନ ଭଣ୍ଡାର ତାଲା ଚାବିରେ ନଖୋଲିବାରୁ ତାଲା ଭଙ୍ଗାଯାଇ ଭଣ୍ଡାର ଖୋଲାଯାଇଛି । ଭିତରେ ବଡ ବଡ ମୂଷା ଗର୍ତ୍ତ ରହିଥିବା ଦେଖିବାକୁ ମିଳିଛି । ୧୧ ଜଣିଆ ସଦସ୍ୟ ପ୍ରାୟ ୨ ଘଣ୍ଟା ଭିତରେ ତନଖି କରିବା ପରେ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗି ଖୋଲିଥିବା ସୂଚନ ମିଳିଛି । ତେବେ ରବିବାର ରତ୍ନଭଣ୍ଡାର ଯାଞ୍ଚ ହେବାର ହିଁ ଯୋଜନା ରହିଥିଲା । ରତ୍ନ ଅଳଙ୍କାର ଗଣତି ନେଇ ହୋଇନାହିଁ । ତେଣୁ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗିବା ପରେ ତାକୁ ସିଲ୍ କରିଦିଆଯାଇଛି । ପୁଣି ଏକ ତାରିଖ ନିର୍ଦ୍ଧାରିତ କରି ଆଗାମୀ ପଦକ୍ଷେପ ନିଆଯିବ । ଅନ୍ୟପଟେ ରତ୍ନ ଭଣ୍ଡାର ବାହାର ସ୍ନେକ ହେଲ୍ପ ଲାଇନର ପ୍ରାୟ ୧୨ ଜଣ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ରହିଥିଲା । ଅନ୍ୟପଟେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ରତ୍ନ ଭଣ୍ଡାରର ବାହାର ତାଲା ଖୋଲିବା ପରେ ମିଳିଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇଛି । ଅସ୍ଥାୟୀ ରତ୍ନ ଭଣ୍ଡାରରେ ଏହାର ଗଣତି ମଣତି ହେବ । କହିରଖୁଛୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ , ରତ୍ନଭଣ୍ଡାର ସବ୍ କମିଟିର ଜଣେ , ହାଇଲେବୁଲ୍ କମିଟିର ଦୁଇ ଜଣ ସଦସ୍ୟ , ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର , ଭଣ୍ଡାର ମେକାପ, ଚଢାଉ କରଣ ଓ ଦେଉଳ କରଣ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ଶେଷଥର ପାଇଁ ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲିଥିଲା।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଦଳର ଅଭିଯୋଗକୁ ଖୋଲା ଆହ୍ୱାନ ଦେଲେ ଅରବିନ୍ଦ…..
ଗ୍ରାମରକ୍ଷୀଙ୍କ ଭତ୍ତା ବୃଦ୍ଧି…..