Report Card Odisha

| Daily Odia News

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ କଟକଣା,ପୁଣି ଥରେ ଖୋଲାଯିବ ରତ୍ନଭଣ୍ଡାର…..

ରିପୋର୍ଟ କାର୍ଡ / ପୁରୀ

ଆଜି ପୁଣି ଥରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସଂପର୍କୀତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସଦସ୍ୟ ଡାକ୍ତର ସିବିକେ ମହାନ୍ତିଙ୍କ ସମେତ ଅନ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ଏହାଛଡ଼ା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ,ଏସପି ପିନାକ ମିଶ୍ର ପ୍ରମୁଖ ବି ଯୋଗ ଦେଇଛନ୍ତି । ଆଜିର ଏହି ବୈଠକରେ ରତ୍ନଭଣ୍ଡାର ଆଉ କେବେ ଖୋଲିବ ଏବଂ ଏସଓପି ନେଇ ଆଲୋଚନା ହୋଇଛି | ଜୁଲାଇ ୧୮ ତାରିଖ ଅର୍ଥାତ ଗୁରୁବାର ଦିନ ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ । ଏଥିପାଇଁ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ ବୋଲି ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ସୂଚନା ଦେଇଛନ୍ତି । ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ସକାଳ ୯ଟା ୫୧ମିନିଟରୁ ୧୨ଟା ୧୫ମିନିଟ ରହିଛି । ରତ୍ନଭଣ୍ଡାର ଖୋଲିବା ପାଇଁ ସକାଳ ୯ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ହେଲେ ତାହା ପୂର୍ବରୁ ସକାଳ ୮ଟା ବେଳକୁ ଭକ୍ତମାନେ ମନ୍ଦିର ପ୍ରବେଶ ନେଇ କଟକଣା କରାଯିବ । ସମସ୍ତ ଭକ୍ତମାନେ ସେହି ସମୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଜଷ୍ଟିସ ରଥ ।

Breaking News