Report Card Odisha

| Daily Odia News

ଆଜି ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ…….

ରିପୋର୍ଟ କାର୍ଡ / ପୁରୀ

ଆଜି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଅନୁଷ୍ଠିତ ହେବ। ଭିତର ଏବଂ ବାହାର ରତ୍ନଭଣ୍ଡାର ମରାମତି ସମେତ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି ସମ୍ପର୍କରେ ଏଥିରେ ଆଲୋଚନା ହେବା ସମ୍ଭାବନା ରହିଛି । କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ୱନାଥ ରଥ ବୈଠକରେ ସଭାପତିତ୍ବ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧୀକ୍ଷକ ଏବଂ ଅନ୍ୟ ସଦସ୍ୟ ଯୋଗଦେବେ। ପରିବର୍ତ୍ତିତ ମାର୍ଗଦର୍ଶିକା ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ପୁଣି କେବେ ରତ୍ନଭଣ୍ଡାର ଖୋଲାଯିବ ସେଥିନେଇ ଏହି କମିଟି ନିଷ୍ପତ୍ତି ଗ୍ରହଣ କରିବ। ସେହିପରି ଜାତୀୟ ଐତିହ୍ୟ ପ୍ରାଧିକରଣ ଅଧ୍ୟକ୍ଷ କିଶୋର ବାସା ଆଜି ପୁରୀ ଗସ୍ତରେ ଆସୁଛନ୍ତି। ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଅନୁଧ୍ୟାନ କରି​ବେ।

Breaking News