ରିପୋର୍ଟ କାର୍ଡ / କଟକ
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଜି ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି ହୋଇଛି। ଏହି ସମୟ ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯିବା ଓ ମରାମତି ଆବଶ୍ୟକ ନେଇ ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ପର୍ଯ୍ୟାପ୍ତ ଯୁକ୍ତି ଦର୍ଶାଇଥିଲେ। ସେହିପରି ସରକାରୀ ଓକିଲ ମଧ୍ୟ ଦର୍ଶାଇଥିଲେ କି ରତ୍ନଭଣ୍ଡାର ଅଳଙ୍କାରର ସ୍ଥିତି ଓ ମରାମତିର ବର୍ତ୍ତମାନ ସ୍ଥିତି ବିଷୟରେ ମଧ୍ୟ କୋର୍ଟକୁ ଜଣାଇଥିଲେ। ଉଭୟ ପକ୍ଷଙ୍କ ଶୁଣିବା ପରେ ଏବେ ଏହି ରିଟ୍ ଆବେଦନର ଶୁଣାଣି ଶେଷ ହୋଇଛି। ଏହାପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..