Report Card Odisha

| Daily Odia News

ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ…..

ରିପୋର୍ଟ କାର୍ଡ / ରାଉରକେଲା

ଓଡ଼ିଶା ଝାରଖଣ୍ଡ ସୀମାନ୍ତ ଜରେଇକେଲା ସମଠା ଗାଁରେ ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏମିତି ଘଟଣା ଘଟିଛି। ମୃତକ ମେନସନ ଭେଙ୍ଗରା କୁ ମାଓବାଦୀ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ଅନ୍ୟ ଗୁଳି ଛାତିରେ ବାଜିଥିଲା। ସେଠାରେ ମାଓବାଦୀ ନକ୍ସଲ ପୋଷ୍ଟର ଛାଡ଼ି ଯାଇଛନ୍ତି। ମୃତ ଯୁବକ ମାଓବାଦୀ ନାଁରେ ଚାନ୍ଦା ମାଗି ଗତ ୨୦୨୩ ମେ ମାସରେ ଜେଲ ଯାଇଥିଲେ। ଗତ ଦୁଇ ମାସ ତଳେ ଜେଲରୁ ବାହାରିଥିଲେ। ସିଆରପିଏଫ ଓ ଝାରଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Breaking News