ରିପୋର୍ଟ କାର୍ଡ / ରାୟଗଡ଼ା
ଆଜି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ ୩ ଜଣ ଛୁଆ ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ଦେଖି ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡ଼ିଥିଲେ ସେମାନଙ୍କ ବାପା। ସେ ୨ ଜଣ ଛୁଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଆଉ ଏକ ଛୁଆର ପତ୍ତା ମିଳୁନି। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏଲୁରର ଗୋଟିଏ ପରିବାର ରାୟଗଡ଼ା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୩ ଛୁଆ ଓ ବାପାମା’ ଥିଲେ। ଝୁଲା ପୋଲ ବୁଲି ସାରିବା ପରେ ୩ ଛୁଆ ସେମାନଙ୍କ ବାପାଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ନଦୀର ପ୍ରଖର ସ୍ରୋତରେ ୩ ଛୁଆ ଭାସି ଯାଇଥିଲେ। ଏହା ଦେଖି ସେମାନଙ୍କ ବାପା ନଦୀକୁ ଡେଇଁ ପଡ଼ିଥିଲେ। ନଦୀର ପ୍ରଖର ସ୍ରୋତରୁ ସେ ତାଙ୍କର ୨ ଜଣ ଛୁଆଙ୍କୁ ଉଦ୍ଧାରକରି ପଥରକୁ ଧରି ନଦୀ ମଧ୍ୟରେ ଫସି ରହିଥିବା ବେଳେ ଓଡ୍ରାଫ ଟିମ୍ ତାଙ୍କୁ ଉଦ୍ଧାର କରିଛି। ନିଖୋଜ ୬ ବର୍ଷର ଶିଶୁକୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..