ରିପୋର୍ଟ କାର୍ଡ / ଗୁଣୁପୁର
ଆଗାମି ରାଜ୍ୟସଭା ନିର୍ବାଚନ ପାଇଁ ଦଳିୟ ମହଲରେ ପ୍ରକାଶ ପାଇଲାଣି ରାଜନୈତିକ ତପ୍ତରତା | ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି ତଥା ରାଜ୍ୟ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ବିଭାଗ ର ଉପଦେଷ୍ଟା ସୁଧିର ଦାସଙ୍କୁ ଦଳ ପକ୍ଷରୁ ରାଜ୍ୟ ସଭାକୁ ପଠା ଯିବା ନେଇ କୋରାପୁଟ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ରାୟଗଡ଼ା ଜିଲ୍ଲା ରେ ଥିବା ତିନୋଟି ଜାକ ବିଧାନ ସଭାର ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି କୁ ଅଗ୍ରଣୀ ରଖିବାରେ ସୁଧିରଙ୍କ ଅବଦାନ ଏବଂ ତାଙ୍କର ସାଂଗଠନିକ ଦକ୍ଷତା ଯୋଗୁଁ ସେ ରାଜ୍ୟ ସଭା ଟିକେଟ ପାଇବା ପ୍ରାୟତଃ ସୁନିଶ୍ଚିତ ବୋଲି କୁହାଯାଉଛି। ଦକ୍ଷ ନେତୃତ୍ବ ଓ କଠିନ ପରିଶ୍ରମ ଏବଂ କର୍ମୀ ମାନଙ୍କ ସହ ଅନ୍ତରଗଂତା ଯୋଗୁଁ ଶ୍ରୀ ଦାସଙ୍କୁ ରାଜ୍ୟ ସଭା ସଦସ୍ୟ ରୁପେ ପଠା ଯିବା ପାଇଁ ଜିଲ୍ଲା ବାସିଙ୍କ ପକ୍ଷରୁ ଦାବି ହେଉଛି । ସୁଚନା ଯୋଗ୍ୟ – ଶ୍ରୀ ଦାସ ଗୁଣୁପୁର ଓ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ଦାଇତ୍ୟ ନେବା ପରଠାରୁ ସମିତିସଭ୍ୟ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଦଳିୟ ନେତାଙ୍କୁ ନିର୍ବାଚିତ କରାଇ ବାରେ ତାଙ୍କର ପ୍ରମୁଖ ଭୂମିକା ରହି ଆସିଛି । ତାଙ୍କର ନେତୃତ୍ବ ଓ ରଣନିତି ନିର୍ଦ୍ଧାରଣ ଯୋଗୁଁ ଜିଲ୍ଲାର ତିନୋଟି ଜାକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଦଖଲ କରୁଛି ।ପଦବି ଓ କ୍ଷମତା ଅପେକ୍ଷା ଅଞ୍ଚଳ ବାସିଙ୍କ ସେବା ପ୍ରତି ଅଧିକ ତପ୍ତରଥିବା ଶ୍ରୀ ଦାସ ଜଣେ ଲୋକ ପ୍ରିୟ ରାଜନେତା ଭାବେ ବେସ ଜଣାଶୁଣା। ତାଙ୍କର ଅମାୟୀକତା ନିରନ୍ତର ସେବା ମନ ବୃତ୍ତି ନିଷ୍ଠାପରତା ତଥା କର୍ତ୍ତବ୍ୟ ବୋଧ ଯୋଗୁଁ ସେ ସଫଳତାର ସିଡି ଆରୋହଣ କରିଚାଲିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଜନତା ଦଳରେ ରାଜନୈତିକ ଜିବନ ଆରମ୍ଭ କରିଥିବା ଏହି ଜନ ନେତାଙ୍କ ଲୋକ ପ୍ରିୟତା ନିରନ୍ତର ବୃଦ୍ଧି ପାଇ ଚାଲିଛି ।ନିଜର କଠିନ ଶ୍ରମ,ରଣନିତି ଓ ବୁଦ୍ଧିବଳରେ ଜିଲ୍ଲା ରେ ବିଜେଡ଼ି କୁ ସେ ମଜବୁତ ରଖି ପାରିଛନ୍ତି। ରାୟଗଡ଼ା ଜିଲ୍ଲାରେ ବିଜେଡି ଆଗୁଆ ରହିବାର ସ୍ରେୟ ପାଇଁ ଶ୍ରୀ ଦାସ ହକଦାର ବୋଲି ଦଳିୟ ନେତା ଓ କର୍ମୀ ମାନେ ସ୍ପିକାର କରନ୍ତି ।ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ରୂପେ ନିଯୁକ୍ତ ହୋଇ ଶ୍ରୀ ଦାସ ରାୟଗଡ଼ା ଜିଲ୍ଲା ର ଗୈାରବ ବୃଦ୍ଧି କରିପାରିଛନ୍ତି । ବିଭିନ୍ନ ପଦବିରେ ସଫଳତା ର ସହ ଦାଇତ୍ୱ ତୁଲାଇ ଦଳର ସ୍ଥିତି କୁ ସୁଦୃଢ କରିଥିବା ଏହି ନିରଳସ, ନିଷ୍ଠାପର ନେତା ଗଜପତି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାଇତ୍ୱ ଗ୍ରହଣ କରି ନିଜ ନେତୃତ୍ବ ର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁସରେ- ୧୯୯୨ ମସିହା ରେ ଦୁର୍ଗୀ ପଞ୍ଚାୟତ ର ସରପଞ୍ଚ,୧୯୯୭ମସିହାରେ ପୁନର୍ବାର ଉକ୍ତ ପଞ୍ଚାୟତ ର ନାୟବ ସରପଞ୍ଚ ରୁପେ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ଦାସ ବିଷମକଟକ ଲ୍ୟାମ୍ପ ରେ ଦୁଇ ଦୁଇ ଥର ନିର୍ଦ୍ଦେଶକ, ଗୁଣୁପୁର ନିୟନ୍ତ୍ରିତ ବଜାର କମିଟିର ଉପାଧ୍ୟକ୍ଷ ଓ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ରୁପେ ଦାଇତ୍ୱ ତୁଲାଇ ବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକାଶ କରି ଦୁଇ ଥର ଜିଲ୍ଲା ସମ୍ପାଦକ ଓ ଦୁଇ ଥର ଜିଲ୍ଲା ସଭାପତି ଦାୟିତ୍ୱ ପ୍ରଦାନ କରିଥିଲେ | ଏହି ସବୁ ଦାଇତ୍ୱ ସଫଳତା ରସହ ସମ୍ପାଦନ କରିବା ରେ ଦକ୍ଷତା ପ୍ରଦର୍ଶନ କରିଥିଲେ । ସଂପ୍ରତି ବିଜେଡ଼ି ର ପ୍ରସନ୍ନ ଆଚାର୍ଯ୍ୟ,ଏନ୍ ଭାସ୍କର ରାଓ,ସସ୍ମିତ ପାତ୍ରଙ୍କ କାର୍ଯ୍ୟ କାଳ ସେଷ ହୋଇଥିବା ବେଳେ ସୁବାଷ ସିଂ କଟକ ମହାନଗର ନିଗମର ମେୟର ରୂପେ ନିର୍ବାଚିତ ହୋଇଥିବା ରୁ ସେ ମଧ୍ୟ ରାଜ୍ୟ ସଭା ସଭ୍ୟ ପଦରୁ ଇସ୍ତଫା ଦେଇପାରନ୍ତି । ତେଣୁ ଏ ପରିପ୍ରେକ୍ଷୀରେ ଶ୍ରୀ ଦାସଙ୍କୁ ବିଜେଡ଼ି ରାଜ୍ୟସଭା କୁ ପଠାଇ ବା ପାଇଁ ଜିଲ୍ଲାବାସିଙ୍କ ମଧ୍ୟ ରେ ମତ ପ୍ରକାଶ ପାଉଛି ।
More Stories
ମାର୍ଚ୍ଚ ୩୧ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି…..
କଟକରେ ମହିଳାଙ୍କୁ ଗଳାକାଟି ହତ୍ୟା…..
ବିୟୋଗ-ହରଣ ଜାଣିନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା…..