ରିପୋର୍ଟ କାର୍ଡ / ଭୁବନେଶ୍ୱର
ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି ମନୋରଂଜନ ମିଶ୍ର। ନଭେମ୍ବର ୧ରୁ ମନୋରଂଜନ ଦାୟିତ୍ୱ ନେଇଛନ୍ତି। ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ। ଆରବିଆଇରେ ସେ ପ୍ରାୟ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି। ବ୍ୟାଙ୍କ ଓ ଏନବିଏଫସିର ରେଗୁଲେସନ, ବ୍ୟାଙ୍କ ଓ ମୁଦ୍ରା ପରିଚାଳନା ନେଇ ତାଙ୍କର ବହୁ ଅଭିଜ୍ଞତା ରହିଛି। ମନୋରଂଜନ ମିଶ୍ର ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ବ୍ୟାଙ୍କିଂ ଓ ଫାଇନାନସରେ ଏମବିଏ କରିଛନ୍ତି। ୟୁକେର ଆଷ୍ଟନ ୟୁନିଭରସିଟିରୁ ଫାଇନାନସ ଓ ଫାଇନାନସିଆଲ ରେଗୁଲେସନରେ ମଧ୍ୟ ମାଷ୍ଟର ଡିଗ୍ରୀ କରିଛନ୍ତି।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..