ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
RBIର ଡେପୁଟି ଗଭର୍ନର ହେବାକୁ ଯାଉଛନ୍ତି ପୁନମ ଗୁପ୍ତା। ନ୍ୟାଶନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (NCAER)ର ମହାନିର୍ଦ୍ଦେଶକ ପୁନମ ଗୁପ୍ତା ଡେପୁଟି ଗଭର୍ନର ଭାବେ ନିଯୁକ୍ତି ହୋଇଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତିକୁ ଅନୁମୋଦନ ମିଳିଛି। ଜାନୁଆରୀରେ ମାଇକେଲ ଦେବବ୍ରତ ପାତ୍ର ଇସ୍ତଫା ଦେବା ପରେ RBIରେ ଡେପୁଟି ଗଭର୍ନର ପଦବୀ ଖାଲି ପଡ଼ିଥିଲା। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ଗୁପ୍ତାଙ୍କ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ତିନି ବର୍ଷ ପାଇଁ ଆରବିଆଇରେ ଡେପୁଟି ଗଭର୍ନର ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନ, ଗୁପ୍ତା NCAERର ମହାନିର୍ଦ୍ଦେଶକ ଅଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ଏବଂ ଷୋଡ଼ଶ ଅର୍ଥ କମିଶନର ପରାମର୍ଶଦାତା ପରିଷଦର ସଂଯୋଜକ ମଧ୍ୟ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..