Report Card Odisha

| Daily Odia News

ରେପୋ ରେଟ ୫୦ ପ୍ରତିଶତ ବୃଦ୍ଧି…..  

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି ରେପୋ ରେଟ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧି ନେଇ ଆଜି ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୂର୍ବରୁ ରେପୋ ରେଟ୍ ୫.୪୦ ରହିଥିଲା | ଆଜି ୦.୫୦ ପ୍ରତିଶତ ବୃଦ୍ଧି ହେବା ପରେ ରେପୋ ରେଟ୍ ୫.୯୦ରେ ପହଞ୍ଚି ଯାଇଛି । ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ଉପରେ ରୋକ ଲଗାଇବା ପାଇଁ ଆରବିଆଇ ରେପୋ ରେଟରେ ବୃଦ୍ଧି କରିଛି । ଗତ ଅଗଷ୍ଟ ୫ ତାରିଖରେ ଆରବିଆଇ ୦.୫୦ ପ୍ରତିଶତ ରେପୋ ରେଟ୍ ବୃଦ୍ଧି କରିଥିଲା । ଆରବିଆଇର ମନିଟାରି ପଲିସୀ କମିଟି ବୈଠକରେ ରେପୋ ରେଟ ବୃଦ୍ଧି ନେଇ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଗଭର୍ଣ୍ଣର ଶ୍ରୀ ଦାସ ସୂଚନା ଦେଇଛନ୍ତି ।କହିଛନ୍ତି କି ରେପୋ ରେଟରେ ୦.୫୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ମହଙ୍ଗା ମାଡ଼ରୁ ରକ୍ଷା ପାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି । ଗତ ମାର୍ଚ୍ଚ ମାସରୁ ଆଜି ସୁଦ୍ଧା ରେପୋ ରେଟରେ ଚାରି ଥର ବୃଦ୍ଧି ହୋଇସାରିଛି । ପୂର୍ବରୁ ରେପୋ ରେଟ୍ ୫.୪୦ ରହିଥିବା ବେଳେ ଏବେ ତାହା ୫.୯୦ରେ ପହଞ୍ଚି ଯାଇଛି । କରୋନା ମହାମାରୀ ଓ ୟୁକ୍ରେନ-ରୁଷ ଯୁଦ୍ଧର ଝଟକା ପରେ କେନ୍ଦ୍ରୀୟ ବ୍ୟାଙ୍କର ଆକ୍ରାମକ ମୌଦ୍ରିକ ନୀତି ଦେଖିବାକୁ ମିଳିଥିଲା । ଆର୍ଥିକ ବର୍ଷ ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତରୁ ହ୍ରାସ ପାଇ ୭ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ଏନେଇ ସୁବିସ୍ତୃତ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ |

Breaking News