ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂତନ ଆର୍ଥିକ ବର୍ଷ ୨୦୨୨-୨୩ ର ପ୍ରଥମ ବୈଠକରେ ମନିଟାରି ପଲିସି ଫଳାଫଳକୁ ଆରବିଆଇ ଘୋଷଣା କରିଛି | ଲଗାତାର ଏକାଦଶ ଥର ପାଇଁ ରେପୋରେଟ୍ ଅପରିବର୍ତ୍ତିତ ରଖାଯାଇଛି। ରେପୋରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯିବା ସହ ରିଭର୍ସ ରେପୋରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି | ଗଭର୍ଣ୍ଣର କହିଛନ୍ତି କି ସମସ୍ତ ସଦସ୍ୟଙ୍କ ସହମତିରେ ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗାଣ ଶୃଙ୍ଖଳାକୁ ନେଇ ବିଶ୍ୱ ବଜାର ଚାପରେ ରହିଛି। ଆରବିଆଇ ଗତ ୨୨ ମଇ ୨୦୨୦ ରେ ନୀତି ସୁଧ ହାରରେ ପରିବର୍ତ୍ତନ କରିଥିଲା। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ (ଜିଡିପି) ଅଭିବୃଦ୍ଧିହାର ୭.୮% ରହିବ ବୋଲି ଫେବ୍ରୁଆରୀ ମାସରେ ଯାହା ପୂର୍ବାନୁମାନ କରାଯାଇଥିଲା, ତାହାକୁ ରିଜର୍ଭ ବ୍ୟାଙ୍କ ୭.୨%କୁ ହ୍ରାସ କରିଛି। ଏହା ସହିତ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାର ବୋଲି ଆକଳନ କରାଯାଇଛି। ଆରବିଆଇ ଗଭର୍ଣ୍ଣର କହିଛନ୍ତି, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଅଶୋଧିତ ତୈଳଦର ବୃଦ୍ଧି ମଧ୍ୟ ଏକ ଚିନ୍ତାର ବିଷୟ। ଫେବ୍ରୁଆରୀ ମାସ ଅପେକ୍ଷା ମୁଦ୍ରାସ୍ଫୀତି ଆହୁରି ଅଧିକ ହେବ ବୋଲି ମଧ୍ୟ ଭାରତର ରିଜର୍ଭ ବ୍ୟାଙ୍କ୍ ପୂର୍ବାନୁମାନ କରିଛି।ମୁଦ୍ରାସ୍ଫୀତି ୪.୫% ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିବା ବେଳେ ଆର୍ଥିକ ବର୍ଷ ୨୦୨୨-୨୩ରେ ମୁଦ୍ରାସ୍ଫୀତି ୫.୭% ହେବ ବୋଲି ପୁଣି ଥରେ ପୂର୍ବାନୁମାନ କରାଯାଇଛି।
More Stories
ହାଇକୋର୍ଟଙ୍କ ବଡ଼ ରାୟ:କୋହଳ ହେବ ବୟସସୀମା…..
ସଂସଦରେ ଆଗତ ହେଲା ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ବିଲ୍….
ରୁଷ୍ର ରାସାୟନିକ ଓ ଜୈବିକ ସୁରକ୍ଷା ମୁଖ୍ୟଙ୍କୁ ହତ୍ୟା!….