ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଯେଉଁ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ ସେଠାରେ ବର୍ତ୍ତମାନ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଏନେଇଆଜି ଏସଇସି ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି । ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।ସୂଚନା ଅନୁସାରେ-ଆସନ୍ତା ୨୯ରୁ ୩୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଫେବ୍ରୁଆରୀ ୧ରେ ଯାଞ୍ଚ ଓ ୨ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥି ସହ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକ ହେବ । ଦ୍ୱିତୀୟ ସୁଯୋଗରେ ପ୍ରାର୍ଥିପତ୍ର ଦାଖଲ ନକଲେ ଆଉ କୌଣସି ସୁଯୋଗ ମିଳିବ ନାହିଁ ବୋଲି କୁହାଯାଇଛି । ସୂଚନା ମୁତାବକ ରାଜ୍ୟରେ ୪ ହଜାରରୁ ଅଧିକ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀ ନଥିବା ବେଳେ, କେତେକ ସ୍ଥାନରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ବି ନାହାନ୍ତି ।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….