Report Card Odisha

| Daily Odia News

କେନ୍ଦ୍ରମନ୍ତ୍ରୀ ଚିଠି ନପାଇବା କହିବା ଦୁଃଖ ଲାଗୁଛି…

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କଠାରୁ କୌଣସି ପ୍ରସ୍ତାବ ଆସିନାହିଁ। କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ସୂଚନା ସଂଗ୍ରହ ଚାଲିଛି। ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଗୁରୁବାର ଦିନ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜଜୁ ଏହି ସୂଚନା ଦେଇଥିଲେ | ଏହା କୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି, ୨୦୧୫ ମସିହାରୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏଥିଲାଗି ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ୨୦୧୫ ଜାନୁଆରି ୧୯ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। ବିଭିନ୍ନ ରାଜ୍ୟ ଗସ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ୨୦୧୮ ୬ ସେପ୍ଟେମ୍ବର ୬ ତାରିଖରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା। ତାପରେ ୨୦୧୮ ସେପ୍ଟେମ୍ବର ୧୮ରେ କେନ୍ଦ୍ରକୁ ଚିଠି ପଠାଯାଇଛି। ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ଓ ଆଇନ ସଚିବଙ୍କୁ ବି ପଠାଯାଇଛି। ତେବେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଚିଠି ନପାଇବା କହିବା ଦୁଃଖ ଲାଗୁଛି ଓ ମୋତେ ଚକିତ କରିଛି।

Breaking News