ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାରେ ବି କାର୍ ପଛ ସିଟ୍ରେ ବସୁଥିବା ଲୋକଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ | ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ସହ ନିୟମ କଡ଼ାକଡ଼ି ଲାଗୁ କରିବାକୁ ପରିବହନ ବିଭାଗ ପକ୍ଷରୁ ପରିବହନ କମିସନରଙ୍କୁ ଚିଠି କରାଯାଇଛି। କାର୍ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ପରିବହନ କମିସନରଙ୍କୁ ଚିଠି ଲେଖି ସିଟ୍ ବେଲ୍ଟ ପିନ୍ଧିବା ନିୟମ କଡ଼ାକଡ଼ି କରିବାକୁ କୁହାଯାଇଥିଲା। ଏହାକୁ ଆଧାର କରି ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ କହିଛି। ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ, ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ସେହିପରି ୮ରୁ କମ୍ ସିଟ୍ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ଆଗକୁ ମୁହଁ କରି ବସୁଥିବେ ସେମାନେ ସିଲ୍ଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ଯଦି ଯାତ୍ରୀ ଏହାକୁ ନମାନ୍ତି ତେବେ ଗାଡ଼ି ଚାଳକଙ୍କ ଠାରୁ ହଜାରେ ଟଙ୍କା ଜରିମାନା ଆଦାୟ ହେବ। ସେହିପରି ଗାଡ଼ି ପିଛ ସିଟ୍ କଭର୍ ଯେପରି ସିଟ୍ ବେଲ୍ଟ ପିନ୍ଧିବାରେ ବାଧକ ନସାଜେ ତାହାକୁ ଫିଟନେସ୍ ନବୀକରଣ ବେଳେ ଯାଞ୍ଚ କରିବାକୁ କୁହାଯାଇଛି।






More Stories
୧୦ରେ ରାଜ୍ୟ କ୍ୟାବିନେଟ୍…..
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..