Report Card Odisha

| Daily Odia News

କମିଲା ଖାଇବା ତେଲ ମୂଲ୍ୟ…..

Mustard oil.

ରିପୋର୍ଟ କାର୍ଡ / ନୁଆଦିଲ୍ଲୀ

ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢି ଚାଲିଛି। ଏଭଳି ସମୟରେ ବ୍ରାଣ୍ଡେଡ୍ କମ୍ପାନୀ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ସୂଚନା ଅନୁସାରେ କମ୍ପାନୀ ସୋୟା, ପାମ୍ ଏବଂ ସୁର୍ଯ୍ୟମୁଖୀ ତେଲର ଦାମ୍ ପ୍ରତି ଲିଟର ୧୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ମାସର ଶେଷକୁ ତେଲ ଆମଦାନୀ ସହଜ ହେବାରୁ କମ୍ପାନୀ ଏହି ପଦକ୍ଷେପ ନେଇଛନ୍ତି। କମ୍ପାନୀ ଗୁଡ଼ିକ କହିଛନ୍ତି ଯେ, ମେ ତୁଳନାରେ ଜୁନ୍ ମାସରେ ଚାହିଦା ବଢ଼ିବା ସହିତ ଆମଦାନୀରେ ମଧ୍ୟ ବୃଦ୍ଧି ପାଇବ। ଏହି କାରଣରୁ ଆଗାମି ସମୟରେ ତେଲ ଦରରେ ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ଇଣ୍ଡିଆନ୍ ଅଏଲ୍ ଭେଜିଟେବଲ୍ ପ୍ରଡ୍ୟୁସର୍ସ ଆସୋସିଏସନ୍ ର ଅଧ୍ୟକ୍ଷ ସୁଧାକର ରାୟ ଦେଶାଇ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଖାଇବା ତେଲର ଦାମ ହ୍ରାସ ପାଇଛି । ଏହି କାରଣରୁ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆମେ ଏହାର ଫାଇଦା ଗ୍ରାହକଙ୍କୁ ଦେଉଛୁ। ତେବେ ଯେଉଁ କେତେକ ପ୍ରିମିୟମ ବ୍ରାଣ୍ଡ ରହିଛନ୍ତି ସେ ଏହାର ଫାଇଦା ଲୋକଙ୍କୁ ଦେବାକୁ କିଛି ସମୟ ଲଗାଇ ପାରନ୍ତି।
ତେଲ କମ୍ପାନୀମାନେ ପାମ୍ ତେଲର ମୂଲ୍ୟ ୭ରୁ ୮ ଟଙ୍କା ଏବଂ ସୁର୍ଯ୍ୟମୁଖୀ ତେଲର ଦାମରେ ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ସେହିଭଳି ସୋୟାବିନ ତେଲର ଦାମ୍ ୫ ଟଙ୍କା ହ୍ରାସ କରିଛନ୍ତି। ସମସ୍ତ ତେଲର ଖୁଚୁରା ମୂଲ୍ୟ(ଏମଆରପି) ମଧ୍ୟ ହ୍ରାସ ପାଇଛି। ତେବେ ନୂଆ ଏମଆରପି ପ୍ରିଣ୍ଟ୍ ପ୍ୟାକେଟ୍ ଆଗାମୀ ସପ୍ତାହରୁ ବଜାରରେ ଉପଲବ୍ଧ ହେବ। ଦେଶାଇ ସୂଚନା ଦେଇଛନ୍ତି ଯେ, ମେ ମାସରେ ୧୦ରୁ ୧୧ ଲକ୍ଷ ଟନ୍ ଅଧିକ ତେଲ ଆମଦାନୀ ହୋଇଥିଲା। ସେହିପରି ଜୁନ୍‌ମାସରେ ୯ରୁ ୧୦ ଲକ୍ଷ ଟନ୍ ଆମଦାନୀ ହୋଇପାରେ।

Breaking News