ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ରାସ୍ତାରେ ବୁଲୁଥିବା ସମସ୍ତ ବୁଲା କୁକୁରଙ୍କୁ ହଟାଇବାକୁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି ସରକାର। ହାଇଦ୍ରାବାଦ୍ରେ ଏକ ୪ ବର୍ଷର ଶିଶୁକୁ ବୁଲା କୁକୁର ଝୁଣି ମାରିଦେବା ପରେ ଓଡ଼ିଶା ସରକାର ଏହି ନିଷ୍ପତି ନେଇଛନ୍ତି। ଏନେଇ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ହାଇଦ୍ରାବାଦ୍ର ହୃଦୟ ବିଦାରକ ଘଟଣା ଦେଖିବା ପରେ ଚିଠୀ ଲେଖି ‘ମୁଁ ଓଡିଶାର ସମସ୍ତ ୩୦ ଟି ଜିଲ୍ଲାର ସମ୍ପୃକ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ଏବଂ କୁକୁରମାନଙ୍କୁ ରାସ୍ତାରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏ ସମ୍ପର୍କରେ ତୁରନ୍ତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।’






More Stories
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..
ଆଜି ନୀଳାଦ୍ରିବିଜେ,ରସଗୋଲା ଦିବସ…..
ସୁଶାନ୍ତ ସିଂହ ଙ୍କ ପରଲୋକ…..