ରିପୋର୍ଟ କାର୍ଡ / ପୁରୀ
ଶନିବାରଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ। ଭିତର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ହୋଇଛି। ଏବେ ବାହାର ରତ୍ନଭଣ୍ଡାର କାର୍ଯ୍ୟ କିଛି ପରିମାଣରେ ବାକି ରହିଛି। ତେଣୁ ଆସନ୍ତା ୮ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଶୃଙ୍ଖଳିତ, ସୁନ୍ଦର, ବ୍ୟବସ୍ଥିତ ଭାବେ କିଭଳି ମରାମତି କାର୍ଯ୍ୟ କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍ଆଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।ବାହାର ରତ୍ନଭଣ୍ଡାରର ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି। ତେଣୁ ଯେତେଶୀଘ୍ର ସମ୍ଭବ ମରାମତି କାର୍ଯ୍ୟ କରିବାକୁ ଏଏସ୍ଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ହାତରେ ସ୍ୱଳ୍ପ ଅବଧି ରହିଥିବାରୁ ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି କାମ ହେବ। ରଥଯାତ୍ରା ଭିତରେ କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେପଟେ ବାହାର ରତ୍ନଭଣ୍ଡାର କବାଟକୁ ସୁନା ନ ହେଲେ ରୁପା ଛାଉଣି କରିବାକୁ ଯୋଜନା ହୋଇଛି। ବର୍ମାଟିକ୍ କାଠ ଲଗାଯାଇ ସୁନା ଛାଉଣି କରିବାକୁ ଯୋଜନା ହୋଇଛି। ମାତ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..