Report Card Odisha

| Daily Odia News

୫ ବର୍ଷ ପରେ ଖସିଲା ରେପୋ ରେଟ୍‌…..

Reserve Bank of India (RBI) logo inside its headquarters in Mumbai | Reuters

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆୟ କର କୋହଳ ପରେ ମଧ୍ୟବିତ୍ତଙ୍କୁ ଆଉ ଏକ ବଡ ଉପହାର ମିଳିଛି। ୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ ପାଇଛି। ଏମପିସି(ମନିଟାରୀ ପଲିସି କମିଟି) ବୈଠକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଘୋଷଣା କରିଛନ୍ତି ଯେ, ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଏହାକୁ ୬.୫%ରୁ ୬.୨୫%କୁ ହ୍ରାସ କରାଯାଇଛି। ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଏମପିସିର ସମସ୍ତ ସଦସ୍ୟ ରେପୋ ରେଟ୍‌ ହ୍ରାସ ସପକ୍ଷରେ ମତ ଦେଇଛନ୍ତି। ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରା ପ୍ରଥମ ଥର ପାଇଁ ମୁଦ୍ରା ନୀତି କମିଟିର ନିଷ୍ପତ୍ତି ଘୋଷଣା କରିଛନ୍ତି। ରେପୋ ରେଟ୍ ହ୍ରାସ ପରେ ଏବେ ଆପଣଙ୍କ ଋଣର ଇଏମଆଇ କମିଯିବ। ତିନି ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣର ସୁଧ ହାର ଉପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।

Breaking News