ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ଏକ ବଡ ପଦକ୍ଷେପ ନେଇଛି | ପ୍ରାୟ ୫୦ ବେସିସ୍ ପଏଣ୍ଟ ରେପୋରେଟ୍ ବଢାଇଲା ରିଜର୍ଭ ବ୍ୟାଙ୍କ ବଢ଼ାଇଛି । ଏନେଇ ଆଜି ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି | ରେପୋଟ୍ ବର୍ତ୍ତମାନ ୫.୪୦ ପ୍ରତିଶତରେ ପହଞ୍ଚିଲା। ରେପୋ ରେଟ୍ ବଢିବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ। ଗତ ୪ ମାସ ମଧ୍ୟରେ ରେପୋରେଟ୍ ୧.୪ ପ୍ରତିଶତ ବଢିଲାଣି। ଜୁନ୍ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା। ଆରବିଆଇର ଏହି ନିଷ୍ପତ୍ତି ପରେ ରେପୋରେଟ୍ ୪.୯ ପ୍ରତିଶତରୁ ୫.୪୦ ପ୍ରତିଶତରେ ପହଞ୍ଚିଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..