Report Card Odisha

| Daily Odia News

ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ ପାଇଁ ବାତିଲ ହୋଇଥିବା ଅନ୍ତର୍ଜାତୀୟ ଉଡାଣକୁ ଆଗାମୀ ମେ ୩୧ ତାରିଖ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ଏନେଇ ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି କଟକଣା ଅନ୍ତର୍ଜାତୀୟ କାର୍ଗୋ ବିମାନ ଲାଗି ପ୍ରଜୁଯ୍ୟ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ତେବେ ନିତ୍ୟାନ୍ତ ଆବଶ୍ୟକତା ସ୍ଥଳେ ସମ୍ପର୍କିତ ପ୍ରାଧିକର୍ତ୍ତାଙ୍କ ଅନୁମତିରେ ଅନ୍ତରାଷ୍ଟ୍ରୀୟ ମାର୍ଗରେ ବିମାନ ସଞ୍ଚାଳନ କରାଯାଇପାରେ ବୋଲି ଜାରି ସର୍କୁଲାରରେ କୁହାଯାଇଛି। ଗତ ୨୬ ଜୁନ ୨୦୨୦ରେ ଅନ୍ତର୍ଜାତୀୟ ଉଡାଣ ନେଇ ନିଷ୍ପତ୍ତିରେ ସାମାନ୍ୟ ଶଂସୋଧି କରାଯାଇ ପରିପତ୍ର ପ୍ରକାଶ କରାଯାଇଥିଲା। ଯାହାର ବୈଧତା ୩୧ ମେ ୨୦୨୧ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ତେବେ ଏହି ସର୍କୁଲାର ଅନ୍ତର୍ଜାତୀୟ କାର୍ଗୋ ବିମାନଲାଗି ପ୍ରଜୁଯ୍ୟ ନୁହେଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ଗତବର୍ଷ ଦେଶରେ କରୋନା ସଂକ୍ରମଣ ଲକଡାଉନ କାଳରେ ଅନ୍ତର୍ଜାତୀୟ ବିମାନ କଟକଣା ଜାରି ହୋଇଥିଲା। ଯାହା ଦୁଇମାସ ପରେ ପୁଣି ଆରମ୍ଭ ହୋଇଥିବା ବେଳେ ରେଗୁଲେଟର ଏୟାରଫେୟାର କ୍ୟାପ୍‌ ଲାଗୁ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ଡିଜିସିଏ ଗତ ଫେବୃଆରୀରେ ସର୍ବନିମ୍ନ ପ୍ରାଇସ ବେଣ୍ଡରେ ୧୦ ଓ ସର୍ବାଧିକ ବେଣ୍ଡରେ ୩୦ ପ୍ରତିଶତ ବଢାଇଛନ୍ତି।

Breaking News