ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ସେ ଏବେ ନିଜକୁ ଘରେ ଆଇସୋଲେଟଡ କରିଛନ୍ତି । ଏନେଇ ଶ୍ରୀ ବୈଜଲ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ୍ଟ କରାଇଥିଲେ । ସେ ଟୁଇଟ କରି ଜଣାଇଛନ୍ତି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ସୁସ୍ଥ ଥିବା ଅଧିକାରୀମାନେ ପୂର୍ବଭଳି କୋଭିଡ-୧୯କୁ କିପରି କାବୁ କରାଯାଇ ପାରିବ ସେ ନେଇ କାର୍ଯ୍ୟ ଜାରୀ ରଖନ୍ତୁ ।
More Stories
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..
୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲା ରୁଷ୍…..
କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ସରକାର…..