Report Card Odisha

| Daily Odia News

‘ବାତ୍ୟା ‘ଦାନା’ ଯୋଗୁ ସ୍କୁଲ କ୍ଷତି ହୋଇଥିଲେ ରିପୋର୍ଟ ଦିଅ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାତ୍ୟା ‘ଦାନା’ ପ୍ରଭାବରେ କିଛି ଜିଲ୍ଲାରେ ବହୁ ସ୍କୁଲ ବିଲଡିଂ ନଷ୍ଟ ହୋଇ ପଡ଼ିଛି। ଏଥିସହ କ୍ଷତିଗ୍ରସ୍ତ ହୋଇଛି ଭିତ୍ତିଭୂମି । ତେବେ ବାତ୍ୟା ପ୍ରଭାବରେ ସ୍କୁଲ ବିଲଡିଂ ଓ ଭିତ୍ତିଭୂମି ନଷ୍ଟ ହୋଇଥିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ । ଆଜି ଦିନ ୧୨ଟା ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ ଓ ନୟାଗଡର ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଏ ସଂକ୍ରାନ୍ତୀୟ ରିପୋର୍ଟ ମଗାଯାଇଛି। ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ଅବଗତ କରିଛନ୍ତି ଗଣଶିକ୍ଷା ସଚିବ । ବାତ୍ୟା ‘ଦାନା’ ଗତ ଗୁରୁବାର ମଧ୍ୟ ରାତ୍ରିରେ ଭିତରକନିକାରେ ଲ୍ୟାଣ୍ଡଫଲ୍‌ କରିଥିଲା। ଉକ୍ତ ସମୟରେ ପ୍ରବଳ ବେଗରେ ପବନ ବହିଥିବା ସହ ବର୍ଷା ବି ହୋଇଥିଲା। ଫଳରେ ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷାହେବା ସହ ବହୁ ସ୍କୁଲ ଘର କ୍ଷତିଗ୍ରସ୍ତ ହୋଇଛି। ଏ ସଂକ୍ରାନ୍ତୀୟ ରିପୋର୍ଟ ଆଜି ସୁଦ୍ଧା ଦେବାକୁ ଦେବାକୁ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହୋଇ ସାରିଛି। ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ। ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ଆଜି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ।

Breaking News