ରିପୋର୍ଟ କାର୍ଡ / ଭୁବନେଶ୍ବର
ମୋ ବସ୍ ବାରମ୍ବାର ଦୁର୍ଘଟଣା ଘଟାଉଥିବାବେଳେ ଓଡ଼ିଶା ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ପହଞ୍ଚିଛି। ଗତ ଫେବୃଆରୀ ୪ ରେ ନନ୍ଦନକାନନ ରଘୁନାଥପୁରରେ ଆମ ବସ୍ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ୧୨ ବର୍ଷୀୟ ନାବାଳିକା ଛାତ୍ରୀ ସାଇକଲରେ ସ୍କୁଲ ଯାଉଥିବାବେଳେ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଆମ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଥିବା ଆଇନଜୀବୀ ପ୍ରବୀର ଦାସ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହିଭଳି ଭାବେ ଗତ ୬ମାସ ମଧ୍ୟରେ ମୋ ବସ୍ ଚାଳକଙ୍କ ଅବହେଳା ପାଇଁ ୧୦ରୁ ଊର୍ଦ୍ଧ୍ବ ଦୁର୍ଘଟଣା ଘଟିଲାଣି। ସଡ଼କ ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ମୋ ବସ୍ ଚାଳକମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବାକୁ ସୁପାରିଶ କରିବାକୁ ଆବେଦନକାରୀ ଆୟୋଗଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତାଙ୍କ ଅଭିଯୋଗକୁ ଓଏଚ୍ଆରସି ଗ୍ରହଣ କରିବା ସହିତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ‘କ୍ରୁଟ୍’କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ମେ’ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।
More Stories
RBIର ଡେପୁଟି ଗଭର୍ନର ପୁନମ ଗୁପ୍ତା…..
ପୁଣି ବଢ଼ିଲା କିଟ୍ ଅଡ଼ୁଆ,ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା…..
ଶାନ୍ତିବାର୍ତ୍ତା ନେଇ ସରକାରଙ୍କୁ ପ୍ରସ୍ତାବ ଦେଲେ ମାଓବାଦୀ…..