Report Card Odisha

| Daily Odia News

ଗଣତନ୍ତ୍ର ଦିବସ ପ୍ୟାରେଡ଼ ସକାଳ ୧୦.୩୦ରୁ ଆରମ୍ଭ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ 

ଆସନ୍ତାକାଲି ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବ।  ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିବାଦନ ଗ୍ରହଣ କରିବେ। ପ୍ୟାରେଡ଼ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ସମାରୋହରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ଏକତା ଏବଂ ପ୍ରଗତି, ମହିଳା ଶକ୍ତି ଏବଂ ସାମରିକ ଶକ୍ତି ପ୍ରଦର୍ଶନ କରାଯିବ। ଗଣତନ୍ତ୍ର ଦିବସ ପ୍ୟାରେଡ଼ ସକାଳ ୧୦.୩୦ରୁ ଆରମ୍ଭ ହୋଇ ପ୍ରାୟ ୯୦ ମିନିଟ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ୟାରେଡ ଦେଖିବା ପାଇଁ କର୍ତ୍ତବ୍ୟ ପଥରେ ଅଭିବାଦନ ମଞ୍ଚକୁ ଯିବେ | ‘ବିକଶିତ ଭାରତ’ ଏବଂ ‘ଭାରତ – ମଦର ଅଫ୍ ଡେମୋକ୍ରାସି’ର ଯୁଗ୍ମ ଥିମ୍ ଉପରେ ଆଧାର କରି ପ୍ରାୟ ୧୩ ହଜାର ସ୍ୱତନ୍ତ୍ର ଅତିଥି ଏହି ବର୍ଷର ପ୍ୟାରେଡରେ ଅଂଶଗ୍ରହଣ କରିବେ। ସମସ୍ତ ବର୍ଗର ଲୋକମାନେ ଏହି ଜାତୀୟ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

 

 

Breaking News