Report Card Odisha

| Daily Odia News

ଏବେବି ୮୦ ଫୁଟ୍‌ ଟନେଲ୍‌ ରେ ରହିଛି ରାହୁଲ……

ରିପୋର୍ଟ କାର୍ଡ / ଛତିଶଗଡ଼

ଛତିଶଗଡ଼ ଜାଞ୍ଜଗିର-ଚାମ୍ପା ଜିଲ୍ଲାରେ ବୋର୍‌ୱେଲ୍‌ ଭିତରେ ଖସିପଡ଼ିଥିବା ଶିଶୁ ରାହୁଲକୁ ଉଦ୍ଧାର କରିବା ପାଇଁ ୯୦ ଘଣ୍ଟା ଧରି ରେସ୍କ୍ୟୁ ଅପରେଶନ୍‌ ଜାରି ରହିଛି । ଏହି ଉଦ୍ଧାର କାର୍ଯ୍ୟରେ ସେନା, ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଲାଗିଛନ୍ତି । ରବୋଟିକ୍ସ ଟିମ୍‌କୁ ସଫଳତା ନମିଳିବା ପରେ ଡ୍ରିଲିଂ ମେସିନ୍‌ ସାହାଯ୍ୟରେ ଖୋଳା ଜାରି ରହିଛି । ପାଖାପାଖି ୨୦ ଫୁଟ୍‌ ଟନେଲ୍‌ ଖୋଳା ଯାଇଥିବା ବେଳେ ପଥର ପଡ଼ିବା କାରଣରୁ ରେସ୍କ୍ୟୁ କାର୍ଯ୍ୟ ବିଳମ୍ୱ ହେବାରେ ଲାଗିଛି । ବିଳାସପୁରରୁ ଛୋଟ ଡ୍ରିଲ୍‌ ମେସିନ୍‌ ମଗାଯାଇ ସୁଡ଼ଙ୍ଗ ଖୋଳା ଯାଉଛି । ବୋରୱେଲ୍‌ ଗାତର ଖୁବ୍‌ ପାଖରେ ପହଞ୍ଚିଥିବାରୁ ହାତରେ ଖୋଳା କାର୍ଯ୍ୟ କରାଯାଉଛି । ଶିଶୁ ଭିତରେ ହଲ୍‌ଚଲ୍‌ ହେଉଥିବାରୁ ଯବାନ ମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କିଛି ଘଣ୍ଟା ପରେ ରାହୁଲ୍‌କୁ ବାହାର କରାଯିବାନେଇ ଆଶା କରାଯାଉଛି । ସୂଚନା ଥାଉକି, ଜାଞ୍ଜଗିର-ଚମ୍ପା ଜିଲ୍ଲା ମାଲ୍‌ଖରୋଦା ପିହରିଦ୍‌ ଗ୍ରାମରେ ୧୧ ବର୍ଷୀୟ ରାହୁଲ୍‌ ସାହୁ ଶୁକ୍ରବାର ଖେଳୁଥିବା ସମୟରେ ଘର ପଛପଟେ ଥିବା ବୋରୱେଲ୍‌ ଭିତରେ ଖସିପଡ଼ିଥିଲା । ରାହୁଲ୍‌ର ପରିବାର ଏହି ବୋରୱେଲ୍‌ ଖୋଳିଥିଲେ । କିନ୍ତୁ ବୋରୱେଲ୍‌କୁ ଖୋଲା ରଖିଥିଲେ । ରାହୁଲ୍‌ ଖସିପଡ଼ିବା ପରେ ତାକୁ ପରିବାର ଖୋଜିଥିଲେ । ହେଲେ ପାଇନଥିଲେ । କିନ୍ତୁ ବୋର୍‌ୱେଲ୍‌ ଭିତରୁ ଶବ୍ଦ ବାହାରକୁ ଆସୁଥିବା ସେମାନେ ଶୁଣିବାକୁ ପାଇଥିଲେ ।

 

 

Breaking News