ରିପୋର୍ଟ କାର୍ଡ / ଭୁବନେଶ୍ୱର
ନେତାଙ୍କ ଆପାଟମେଣ୍ଟ ତିଆରି ପାଇଁ କାଟିଦେଲେ ୨୦୦ରୁ ଅଧିକ ବିରାଟକାୟ ଗଛ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ରାଜଭବନ ଠାରୁ ପୋଲିସ କମିଶନରେଟ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱରେ ଏଭଳି ଶହ ଶହ ଗଛକୁ କାଟି ଗଡ଼ାଇ ଦିଆଯାଇଛି। ପ୍ରବଳ ତାତିରେ ସିଝୁଥିବା ରାଜଧାନୀର ଜଳବାୟୁ ସୁରକ୍ଷା ନିମନ୍ତେ ଅଧିକ ଗଛ ଲଗାଇବା ଆବଶ୍ୟକ ହୋଇପଡ଼ିଥିବା ବେଳେ ଏଠାରେ ବିକାଶ ନାମରେ ଶହ ଶହ ଗଛ କାଟି ଦିଆଯାଉଛି। ଏହି ଗଛଗୁଡ଼ିକ ବେଆଇନ ଭାବେ କଟାଯାଉ ଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗଛ କଟା ହେବା ପୂର୍ବରୁ ଏହାର ନମ୍ବରିଂ କରାଯାଇ କଟାଯିବା କଥା। ଏହାଛଡ଼ା ଗୋଟିଏ ଗଛ କାଟିଲେ, ଏଠାରେ ୩ଟି ଗଛ ଲଗାଇବା ନିମନ୍ତେ ବନ ବିଭାଗ ନିକଟରେ ଟଙ୍କା ଡିପୋଜିଟ କରିବା କଥା। ହେଲେ ଏହା ହୋଇଛି କି ନାହିଁ, ତାହାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ସନ୍ଦିହାନ।ସୂଚନା ମୁତାବକ, ବିଧାୟକଙ୍କ ରହଣି ନିମନ୍ତେ ଏଠାରେ ଆଲିସାନ ଆପାର୍ଟମେଣ୍ଟ ତିଆରି କରାଯିବ। ଗୋଟିଏ ୧୦ ମହଲା ଓ ଅନ୍ୟଗୋଟିଏ ୧୧ ମହଲା। ଯେଉଁଥିରେ ପ୍ରାୟ ୩୦୦ଟି କ୍ୱାର୍ଟର୍ସ ରହିବ। ଏହି କୋଠା ନିର୍ମାଣରେ ପ୍ରାୟ ୨୭୫ କୋଟି ଟଙ୍କା ଖର୍ଚ୍ଚ ହେବ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..