ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗରେ ଓଏସ୍ଡି ଥିବା ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣ ରାୟଙ୍କୁ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସ୍ୱତନ୍ତ୍ର ଡିଜିପି, ମାନବାଧିକାର ସୁରକ୍ଷା ସେଲ୍ ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରା ଆଜି ସରକାରୀ ଚାକିରିରୁ ଅବସର ନେବା ପରେ ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ଏହା ସହିତ ଅମୃତ ମୋହନ ପ୍ରସାଦଙ୍କୁ କରେନ୍ସନାଲ ସର୍ଭିସେସ୍ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଥିବା ୧୯୯୨ ବ୍ୟାଚ୍ର ଆଇପିଏସ୍ ଅଫିସର ଲଳିତ ଦାସଙ୍କୁ ଅତିରିକ୍ତ ଡିଜିପି, ମାନବାଧିକାର ସୁରକ୍ଷା ସେଲ୍ ଭାବେ ବଦଳି କରାଯାଇଛି। ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସରେ ଅତିରିକ୍ତ ପୋଲିସ କମିଶନର ଥିବା ୨୦୦୮ ବ୍ୟାଚ୍ର ଆଇପିଏସ୍ ଅଫିସର ଉମାଶଙ୍କର ଦାଶଙ୍କୁ ରାଜ୍ୟ ଗୁଇନ୍ଦା ଶାଖା ର ଡିଆଇଜି ଭାବେ ବଦଳି କରାଯାଇଛି।ପୋଲିସ ମୁଖ୍ୟାଳୟରେ ଡିଆଇଜି ଭାବେ ଅବସ୍ଥାପିତ ହୋଇଥିବା ୨୦୦୯ ବ୍ୟାଚ୍ର ଆଇପିଏସ୍ ଅଫିସର ବ୍ରିଜେଶ କୁମାର ରାୟଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସରେ ଅତିରିକ୍ତ ପୋଲିସ କମିଶନର ଭାବେ ବଦଳି କରାଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅନୁଗୋଳରେ ଅବସ୍ଥାପିତ ହୋଇଥିଲେ ବ୍ରିଜେଶ କୁମାର ରାୟ। ସେ ଅନୁଗୋଳ ପିଟିସିର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।
More Stories
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..