ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଏଏସ୍ ଓ ଓଆର୍ଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଓଏଏସ ରବିନ୍ଦ୍ର କୁମାର ପ୍ରଧାନଙ୍କୁ ଆଡିସ୍ନାଲ ଉପଜିଲ୍ଲାପାଳ ଭାବେ ପୁରୀକୁ ବଦଳୀ କରାଯଇଛଇି । କ୍ଷୀରୋଦ କୁମାର ବେହେରାଙ୍କୁ ପୁରୀ ତହସିଲ୍ଦାର, ଆଡିସ୍ନାଲ ଉପଜିଲ୍ଲାପାଳ ନିହାରୀକା ନାୟକଙ୍କୁ ମୋ-ସ୍କୁଲ୍ର ଓଏସ୍ଡି ଭାବେ ବଦଳୀ ହୋଇଛନ୍ତି । ସେହିପରି ସଂକଳ୍ପ ସ୍ୱାସ୍ତିକ୍ ସାହୁଙ୍କୁ ବାରଙ୍ଗ ତହସିଲ୍ଦାର ଭାବେ ନିଯୁକ୍ତ ମିଳିଛି । ଓଏଏସ ମାନସ ରଞ୍ଜନ ଭୋଇଙ୍କୁ କଟକ ତହସିଲ୍ଦାର, ଓଏଏସ୍ ଜନ୍ମଜୈୟ ସାହୁଙ୍କୁ ଟାଙ୍ଗୀ ତହସିଲ୍ଦାର ଭାବେ ନିଯୁକ୍ତ କରାଯାଇଛି । ସେହିପରି ୪ଜଣ ଓଆର୍ଏସ୍ଅ ଧିକାରୀ ଆତୁତୋଷ ଦେ, ପ୍ରତୀକ ପଟ୍ଟନାୟକ, ରଞ୍ଜନ ବେହରା ଓ ରାକେଶ କୁମାର ପଣ୍ଡାଙ୍କୁ ପୁରୀ ଜିଲ୍ଲା ଆସିଷ୍ଟାଣ୍ଡ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ଓଆର୍ଏସ୍ ନିଶା ଗେୱଁକାଙ୍କୁ ପିପିଲ ତହସିଲ୍ଦାର ଭାବେ ନିଯୁକ୍ତ ମିଳିଛି । ଓଆର୍ଏସ୍ ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ପୁରୀ ଜିଲ୍ଲାକୁ ଅତିରିକ୍ତ ତହସିଲ୍ଦାର ଭାବେ ନିଯୁକ୍ତ କରାଯାଇଛି ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..