Report Card Odisha

| Daily Odia News

ଆଇଏଏସ୍ ସ୍ତରରେ ଅଦଳ ବଦଳ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାରତୀୟ ପ୍ରଶାସନିକ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟପାଳଙ୍କ ଆଦେଶ ଅନୁଯାୟୀ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଥିବା ରବିନ୍ଦ୍ରନାଥ ସାହୁ ୨୦୦୯ କ୍ୟାଡର ଅଫିସରଙ୍କୁ ନୟାଗଡ଼ ଜିଲ୍ଲାପଳ ଭାବରେ ଦାୟିତ୍ୱ ମିଳିଛି । ସେହିପରି ନୟାଗଡ଼ ଜିଲ୍ଲାପଳ ଡ. ପୋମା ଟୁଡୁଙ୍କୁ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡର ଏମଡି ଭାବରେ ଦାୟିତ୍ୱ ମିଳିଛି । ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳ ତଥା ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ ଗୋୟଲଙ୍କୁ ବରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ତାଲିମ ଶେଷ କରିବା ପରେ ୨୦୨୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ କୁଲକର୍ଣ୍ଣି ଆଶୁତୋଷଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଆଇଏଏସ୍‌ ଫେଜ୍‌-୨ ତାଲିମ ସରିବା ପରେ ମଧୁମିତାଙ୍କୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ବେଦଭୂଷଣଙ୍କୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼, ଚଭନ କୁନାଲ ମୋତିରାମଙ୍କୁ ବାଲେଶ୍ବର ଓ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

 

Breaking News