ରିପୋର୍ଟ କାର୍ଡ / ଭୁବନେଶ୍ୱର
IAS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର | ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ | ସେ ଗ୍ରୀଡ଼କୋ ଅଧକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ
ତୁଲାଇବେ | କୃଷି ସଚିବ ଅରବିନ୍ଦ ପାଢ଼ୀ ହସ୍ତତନ୍ତ୍ର ଓ ବୟାନ ଶିଳ୍ପ ସଚିବ ବି ରହିବେ | ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଦାୟିତ୍ୱ ମିଳିଛି | ଶୁଭା ଶର୍ମା ହେଲେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ | ଭାସ୍କର ଜ୍ୟୋତି ଶର୍ମା ବିଜ୍ଞାନ ଓ ବୈଷୟିକ ସଚିବ ଦାୟିତ୍ୱରେ ରହିବେ | ଏହା ସହ ଗୁହା ପୁନମ ତାପସ କୁମାର ହୋଇଛନ୍ତି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ । ଡାକ୍ତର ବୃନ୍ଦା ଡି. ହୋଇଛନ୍ତି ମିଶନ ନିର୍ଦ୍ଦେଶକ ଏନଏଚଏମ । ସଞ୍ଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସରୋଜ କୁମାର ମିଶ୍ର ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..